ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

0

ରାଉରକେଲା/ଭୁବନେଶ୍ବର: ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଉଛି । ପୁଲ-ଏ ର ଦୁଇଟି ଓ ପୁଲ-ବି ର ଦୁଇଟି ଲେଖାଏଁ ମ୍ୟାଚ ଖେଳାଯାଉଛି । ପୁଲ-ଏ ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ।

ସେହିପରି ଅପରାହ୍ଣ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଶେଷ ସୁଦ୍ଧା ଉଭୟ ଟିମ୍ ୫-୫ ଗୋଲ ଦେଇଥିବାରୁ ଅମିମାଂସିତ ରହିଛି ମ୍ୟାଚ । ତେଣୁ ଉଭୟ ଟିମ୍ ପଏଣ୍ଟ ବାଣ୍ଟି ନେଇଛନ୍ତି । ସେହିପରି ସଂଧ୍ୟା ୫ଟାରୁ ଆରମ୍ଭ ହୋଇଛି ପୁଲ-ବି ର ମୁକାବିଲା । ପ୍ରଥମେ ବେଲଜିୟମ ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଜାପାନ ବିପକ୍ଷରେ ମ୍ୟାଚ୍‌ ବେଲଜିୟମ ବିଜୟ ହାସଲ କରିଥିଲା। ବେଲଜିୟମ ୭-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଥିଲା। ବେଲଜିୟମ୍‌ ପକ୍ଷରୁ ବୋନ୍‌ ଟୋମ୍‌ ସର୍ବାଧିକ ୫ଟି ଗୋଲ୍‌ ଦେଇଥିଲେ।

ତେବେ ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଜର୍ମାନି ବିଜୟୀ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କୋରିଆକୁ ୭-୨ ଗୋଲ୍‌ରେ ପରାସ୍ତ କରିଛି। ଜର୍ମାନି ପକ୍ଷରୁ ୱେଲେନ୍‌ ନିକଲାସ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ।

Leave A Reply

Your email address will not be published.