ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ

0

ଓ୍ବାଶିଂଟନ : ଆମେରିକାର ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲ ସମେତ ଅନ୍ୟ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ୯ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।

ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନରେ ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି।ସୋମବାର ଅପରାହ୍ନରେ ଡେସ୍ ମୋଇନେସ୍‌ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା। ଗୁଳି ବିନିମୟରେ ଆହତ ଛାତ୍ରଦ୍ୱୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଛାତ୍ର ଆଖି ବୁଜି ଦେଇଥିଲେ। ଏହି ଘଟଣାରେ ଗୁଳି ମାଡ଼ର ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।ଡେଲ୍ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି ।

ସେପଟେ ଉତ୍ତର କାର୍ଲିଫର୍ଣ୍ଣିଆ ଓ ଲୋୱାରେ ଫୁଟିଛି ଗୁଳି । ଉତ୍ତର କାର୍ଲିଫର୍ଣ୍ଣିଆର ହାଫ୍ ମୁନ୍ ବେ, ସାନ ଫ୍ରାନସିସକୋର ଦକ୍ଷିଣର ୨ଟି ସ୍ଥାନରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋ ଇନଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମାଉଣ୍ଟେନ ମସରୁମ୍ ଫାର୍ମରେ ଗୁଳିକାଣ୍ଡରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ପୂର୍ବରୁ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଡ୍ୟାନ୍ସିଂ ହଲରେ ୧୧ ଜଣଙ୍କୁ ଗୁଳି କରି ନିଜେ ନିଜକୁ ମାରିଦେଇଥିଲା ଜଣେ ୭୨ ବର୍ଷୀୟ ଅଭିଯୁକ୍ତ ।

Leave A Reply

Your email address will not be published.