ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଭାରତୀୟଙ୍କୁ ଛଟେଇ କଲା ଆମେରିକାର ଆଇଟି କଂପାନି

0

ନୂଆଦିଲ୍ଲୀ: ପାଖାପାଖି ୮୦ ହଜାର ଭାରତୀୟ କର୍ମଚାରୀଙ୍କୁ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର ଭାରତୀୟ । ସେଠାରେ ଆଇଟି କମ୍ପାନୀରେ କାମ କରୁଥିବା ହଜାର ହଜାର ଭାରତୀୟ  ଚାକିରି ହରେଇ ସାରିଲେଣି ।

ସେଠାରେ ଭାରତୀୟଙ୍କ ଅବସ୍ଥା ଏପରି ହୋଇଛି ଯେ, ଯଦି ସେଠାରେ ରହିବାକୁ ଚାହୁଁଛନ୍ତି ତାହାଲେ ୬୦ ଦିନ ଭିତରେ ଚାକିରି ଖୋଜିବାକୁ ପଡ଼ିବ । ଯଦି ଚାକିରି ନମିଳିଲା ତାହାଲେ ଘରକୁ ଫେରିବା ଛଡ଼ା ଆଉ କିଛି ଉପାୟ ନାହିଁ । କରୋନା ପରଠାରୁ ବହୁ କମ୍ପାନୀରେ ଆଇଟି କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ ।

ଚାକିରି ନମିଳିଲେ ଭିସାର ଅବଧି ଶେଷ ହୋଇଯାଏ । ଏବେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଭାରତୀୟ ଚାକିରି ଖୋଜି ଖୋଜି ହନ୍ତସନ୍ତ ହେଉଛନ୍ତି । ଯଦି ଚାକିରି ନ ମିଳିଲେ ଯାଗା ବାଡ଼ି ବିକି ଘରକୁ ଫେରିବା ଛଡ଼ା ଭାରତୀୟଙ୍କ ପାଖରେ ଆଉ କିଛି ବାଟ ନାହିଁ ।

Leave A Reply

Your email address will not be published.