ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଭାରତୀୟଙ୍କୁ ଛଟେଇ କଲା ଆମେରିକାର ଆଇଟି କଂପାନି

0

ନୂଆଦିଲ୍ଲୀ: ପାଖାପାଖି ୮୦ ହଜାର ଭାରତୀୟ କର୍ମଚାରୀଙ୍କୁ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର ଭାରତୀୟ । ସେଠାରେ ଆଇଟି କମ୍ପାନୀରେ କାମ କରୁଥିବା ହଜାର ହଜାର ଭାରତୀୟ  ଚାକିରି ହରେଇ ସାରିଲେଣି ।

ସେଠାରେ ଭାରତୀୟଙ୍କ ଅବସ୍ଥା ଏପରି ହୋଇଛି ଯେ, ଯଦି ସେଠାରେ ରହିବାକୁ ଚାହୁଁଛନ୍ତି ତାହାଲେ ୬୦ ଦିନ ଭିତରେ ଚାକିରି ଖୋଜିବାକୁ ପଡ଼ିବ । ଯଦି ଚାକିରି ନମିଳିଲା ତାହାଲେ ଘରକୁ ଫେରିବା ଛଡ଼ା ଆଉ କିଛି ଉପାୟ ନାହିଁ । କରୋନା ପରଠାରୁ ବହୁ କମ୍ପାନୀରେ ଆଇଟି କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ ।

ଚାକିରି ନମିଳିଲେ ଭିସାର ଅବଧି ଶେଷ ହୋଇଯାଏ । ଏବେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଭାରତୀୟ ଚାକିରି ଖୋଜି ଖୋଜି ହନ୍ତସନ୍ତ ହେଉଛନ୍ତି । ଯଦି ଚାକିରି ନ ମିଳିଲେ ଯାଗା ବାଡ଼ି ବିକି ଘରକୁ ଫେରିବା ଛଡ଼ା ଭାରତୀୟଙ୍କ ପାଖରେ ଆଉ କିଛି ବାଟ ନାହିଁ ।

Leave A Reply

Your email address will not be published.