ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

କାର୍ତିକ ପୂର୍ଣ୍ଣମୀରେ ଜାଣନ୍ତୁ ୧୫୦ ବର୍ଷ ତଳର ଏହି କଥା

0

ନୂଆଦିଲ୍ଲୀ: ବିଦ୍ୟାଳୟରେ ଆମେ ସମସ୍ତେ ଅଳ୍ପ ବହୁତ ସୁଏଜ କେନାଲ ସମ୍ପର୍କରେ ପଢ଼ିଛନ୍ତି। ଜାଣିଛନ୍ତି, ଦେଶର ନୌବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ କେନାଲ ଭାବେ ଗଣତି ହେଉଥିବା ସୁଏଜର ବୟସ ଇତିମଧ୍ୟରେ ୧୫୦ ଛୁଇଁଲେଣି। ମଣିଷକୃତ ଏହି କେନାଲ ୧୮୫୯ ମସିହାରେ ୟୁରୋପରୁ ଏସିଆକୁ ନୌବାଣିଜ୍ୟ ପାଇଁ ଖନନ କରାଯାଇଥିଲା। ଦୀର୍ଘ ଦଶ ବର୍ଷ କାଳ ଅର୍ଥାତ ୧୮୬୯ ଯାଏ ଏହି କାର୍ଯ୍ୟ ଜାରି ରହିଥିଲା। ଗୋଟିଏ ସମୟରେ ଇଜିପ୍ଟ ମାନେ ଏଭଳି କେନାଲ ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଫରାସୀ କୂଟନୀତିଜ୍ଞ ଫର୍ଡିନାଣ୍ଡ ଡ଼ି ଲେସେପ ଏହାକୁ ସାକାର ରୂପ ଦେବାକୁ ଚିନ୍ତା କରିଥିଲେ। ୧୯୩.3 କିଲୋମିଟର ଦୀର୍ଘ ଏହି କେନାଲରୁ ଏବର୍ଷ ୫.୯ବିଲିଅନ ଡଲାର ଅର୍ଥ ଉପାର୍ଜନ ହୋଇଛି।

୧୮୬୯ ମସିହା ନଭେମ୍ବର ୧୭ ତାରିଖରେ ଏହି କେନାଲରେ ପ୍ରଥମ ଜାହାଜ ଚଳାଚଳ ଆରମ୍ଭ ହୋଇଥିଲା। ଏବର୍ଷ ଅଗଷ୍ଟ ମାସରେ ସର୍ବାଧିକ ୮୧ଟି ଜାହାଜ୬.୧ ମିଲିଅନ ଲୋକଙ୍କୁ ନେଇ ଚଳାଚଳ କରିଛି।

ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା କଥା ମନେ ପକାଯାଉଛି। ଏତିକି ସଙ୍କେତ ଅନ୍ତତଃ ମିଳୁଛି ଯେ ଆମର ଓଡ଼ିଆ ପୁଅ କେତେ ଆଗୁଆ ଥିଲେ।

Leave A Reply

Your email address will not be published.