ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଭାରତକୁ ଆସିବ ୧୦୦ରୁ ଅଧିକ ଚିତାବାଘ

0

ଦକ୍ଷିଣ ଆଫ୍ରିକା; ଚିତା ପ୍ରକଳ୍ପ ନିମନ୍ତେ ଭାରତକୁ ଶତାଧିକ ଚିତା ପଠାଇବା ଲାଗି ରାଜିନାମା ହୋଇଥିବା କଥା ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା କହିଛି। ତେଣୁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ବାଘକୁ ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ।

ସୂଚନାଯୋଗ୍ୟ: ଦିନଥିଲା ଭାରତରେ ସବୁଠାରୁ ଅଧିକ ଚିତାବାଘ ରହୁଥିଲେ। କିନ୍ତୁ ବାସସ୍ଥାନ, ରକ୍ଷଣାବେକ୍ଷଣାର ଅଭାବ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା । ସୁପ୍ରିମ୍ କୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଆସିଥିଲା । ଚିତାଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି ।

Leave A Reply

Your email address will not be published.