ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭାରତକୁ ଆସିବ ୧୦୦ରୁ ଅଧିକ ଚିତାବାଘ

0

ଦକ୍ଷିଣ ଆଫ୍ରିକା; ଚିତା ପ୍ରକଳ୍ପ ନିମନ୍ତେ ଭାରତକୁ ଶତାଧିକ ଚିତା ପଠାଇବା ଲାଗି ରାଜିନାମା ହୋଇଥିବା କଥା ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା କହିଛି। ତେଣୁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ବାଘକୁ ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ।

ସୂଚନାଯୋଗ୍ୟ: ଦିନଥିଲା ଭାରତରେ ସବୁଠାରୁ ଅଧିକ ଚିତାବାଘ ରହୁଥିଲେ। କିନ୍ତୁ ବାସସ୍ଥାନ, ରକ୍ଷଣାବେକ୍ଷଣାର ଅଭାବ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା । ସୁପ୍ରିମ୍ କୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଆସିଥିଲା । ଚିତାଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି ।

Leave A Reply

Your email address will not be published.