ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ବିଆରଏସ୍ ରେ ଯୋଗ ଦେବେ ଗମାଙ୍ଗ ପରିବାର

0

ଭୁବନେଶ୍ବର: ଆଜି ଓଡିଶାର ବହୁ ଜଣାଶୁଣା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ହ୍ରାଇଦ୍ରାବାଦରେ ପହଁଞ୍ଚିଛନ୍ତି। କାରଣ ଅପରାହ୍ଣରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ପକ୍ଷରୁ ହାଇଦ୍ରାବାଦରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ।

ସୂଚନାଯୋଗ୍ୟ; ଦୀର୍ଘ ୩୫ବର୍ଷରୁ ଉର୍ଦ୍ଧ ସମୟ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ଆଜି ବିଆର୍‌ଏସରେ ଯୋଗଦେବେ। ଏହାଛଡ଼ା ନବନିର୍ମାଣ କୃଷକ ସଂଗଠନର କିଛି କାର୍ଯ୍ୟକର୍ତ୍ତା ବି ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଆର୍‌ଏସ୍‌ରେ ଯୋଗ ଦେବେ ବୋଲି ଜଣାଯାଇଛି।

ଏହାଛଡ଼ା ରାମଚନ୍ଦ୍ର ହାଁସଦା ମଧ୍ୟ ହାଇଦ୍ରାବାଦରେ ବିଆର୍‌ଏସରେ ଯୋଗ ଦେବେ। ପୁର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି ବିଆର୍‌ଏସରେ ଯୋଗ ଦେବେ। ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ ଆଜି ମିଶୁଛନ୍ତି। ସେହିପରି ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ ବିଆର୍‌ଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.