ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

ନବ ଦାସଙ୍କ ପାଇଁ ରାଜ୍ୟ ସରକାରଙ୍କ ୩ ଦିନିଆ ଶୋକ ଘୋଷଣା

0

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଆଜି (ରବିବାର) ଗୁଳିମାଡରେ ମୃତ୍ୟୁ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳିମାଡ କରିଥିଲେ। ପରେ ଏୟାର ଲିଫ୍ଟରେ ତାଙ୍କୁ ଆପୋଲ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯିବା ପରେ ରାତି ସାଢ଼େ ୧୧ଟା ସୁଦ୍ଧା ପୋଷ୍ଟମର୍ଟମ ଚାଲିଛି। ଦୁଇଜଣିଆ ଡାକ୍ତର ଟିମ ପୋଷ୍ଟମର୍ଟମ କରୁଛନ୍ତି। ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଉଛି।

ପୋଷ୍ଟମର୍ଟମ ସରିବା ପରେ ତାଙ୍କ ମରଶରୀରକୁ ବିଧାନସଭାକୁ ଅଣାଯିବ। ସେଠାରେ ବିଧାୟକ ଓ ମନ୍ତ୍ରୀମାନେ ତାଙ୍କ ଶେଷ ଦଶର୍ନ କରିବେ। ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ଏହି ଅବସରରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଶୋକ ପାଳନ କରାଯିବ ବୋଲି କୁହାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସରକାରୀ ମନୋରଂଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ନବଙ୍କ ସମ୍ମାନରେ ୨ ଦିନ ଅର୍ଦ୍ଧନିମିତ ହେବ ଜାତୀୟ ପତାକା। ସୋମବାର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଶେଷକୃତ୍ୟ ସ୍ଥଳରେ ବି ଅର୍ଦ୍ଧନମିତ ରହିବ ଜାତୀୟ ପତାକା ବୋଲି କୁହାଯାଇଛି।

Leave A Reply

Your email address will not be published.