ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ

0

ଗାନ୍ଧିନଗର: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି ଦଣ୍ଡ ଘୋଷଣା କଲେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଦଣ୍ଡ ଘୋଷଣା କଲେ  । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ । ସେପଟେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ । ଅଭିଯୋଗ ଅନୁସାରେ ୨୦୦୧ରୁ ୨୦୦୬ ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିଲେ ।

ଏନେଇ ସେ ଆଶାରାମ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ସେ ୨୦୧୩ ଅକ୍ଟୋବର ୬ ତାରିଖରେ ଅହମ୍ମଦାବାଦର ଚାନ୍ଦଖେଦା ଥାନାରେ ଏତଲା ଦାୟର କରିଥିଲେ । ୨୦୧୪ ଜୁଲାଇରେ ମାମଲାର ଚାର୍ଜସିଟ ଦାୟର ହୋଇଥିଲା । ତାଙ୍କ ବିରୋଧରେ ଧାରା ୩୭୬, ୩୭୭, ୩୪୨, ୩୫୪, ୩୫୭, ୫୦୬ ରୁଜୁ ହୋଇଥିଲା । ୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି । ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ ।

ଏହା ସହ ଅନ୍ୟ ୨ ଶିଷ୍ୟଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ଦୁଷ୍କର୍ମ ଅଭିଯୋଗ କ୍ରମେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଗତ ଏପ୍ରିଲ ୨୦୧୯ରେ ସୁରଟର ଏକ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ।

Leave A Reply

Your email address will not be published.