ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚ୍ୟାଲେଞ୍ଜ ମୋଡ୍ ମାଧ୍ୟମରେ ୫୦ ଟି ପର୍ଯ୍ୟଟନ ସ୍ଥଳ ଚୟନ

0
  • ୫୦ ଗନ୍ତବ୍ୟ ସ୍ଥଳକୁ ‘ସଂପୂର୍ଣ୍ଣ ପର୍ଯ୍ୟଟନ ପ୍ୟାକେଜ୍‌’ ଭାବରେ ବିକଶିତ କରାଯିବ
  • ପର୍ଯ୍ୟଟକ ମାନଙ୍କ ଅନୁଭବକୁ ସୁଖଦ କରିବା ପାଇଁ ଏକ ଆପ୍ ଆରମ୍ଭ କରାଯିବ
  • ‘ଦେଖୋ ଆପନା ଦେଶ’ ର ଉଦ୍ଦେଶ୍ୟ ହାସଲ କରିବା ପାଇଁ କ୍ଷେତ୍ର ଅନୁସାରେ କୌଶଳ ଏବଂ ଉଦ୍ୟମିତା ବିକାଶର ସମନ୍ୱୟ କରାଯିବ
  • ଜୀବନ୍ତ ଗ୍ରାମୀଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସୀମାନ୍ତ ଗ୍ରାମ ଗୁଡିକରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ବିକାଶକୁ ପ୍ରୋତ୍ସାହିତ କରାଯିବ
  • ରାଜ୍ୟ ଗୁଡିକୁ ସେମାନଙ୍କର ନିଜର ଓଡିଓପି , ଜିଆଇ ଏବଂ ହସ୍ତଶିଳ୍ପ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ୟୁନିଟି ମଲ୍ ସୁବିଧା ପ୍ରଦାନ କରାଯିବ

ନୂଆଦିଲ୍ଲୀ: ପର୍ଯ୍ୟଟନର ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ଅତି କମରେ ୫୦ ଟି ଗନ୍ତବ୍ୟ ସ୍ଥଳକୁ ଚୟନ କରାଯିବ ଏବଂ ତାହାକୁ ବିକଶିତ କରାଯିବ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୦୧ ଫେବୃୟାରୀ ୨୦୨୩ରେ ସଂସଦରେ କେନ୍ଦ୍ର ବଜେଟ୍ ୨୦୨୩ – ୨୪କୁ ଉପସ୍ଥାପନ କରିବାବେଳେ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏକ ସମନ୍ୱିତ ଏବଂ ଅଭିନବ ଉପାୟ ବ୍ୟବହାର କରି ଚ୍ୟାଲେଞ୍ଜ ମୋଡ୍ ମାଧ୍ୟମରେ ଏହି ଗନ୍ତବ୍ୟ ସ୍ଥଳ ଗୁଡିକ ଚୟନ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ଧ୍ୟାନ ଘରୋଇ ପର୍ଯ୍ୟଟକ ଏବଂ ଏହା ସହିତ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରହିବ।

ଅର୍ଥ ମନ୍ତ୍ରୀ ଏକ ଆପ୍ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ପର୍ଯ୍ୟଟକ ମାନଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ୍ଷ ସଂଯୋଗ, ଭର୍ଚୁଆଲ୍ ସଂଯୋଗ, ଟୁରିଷ୍ଟ ଗାଇଡ୍‌, ଖାଦ୍ୟ ଗଳି ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉଚ୍ଚ ମାନକ ଭଳି ପଦକ୍ଷେପ ଗୁଡିକ ବ୍ୟତୀତ ସମସ୍ତ ପ୍ରାସଙ୍ଗିକ ପଦକ୍ଷେପ ସମୂହ ଗୋଟିଏ ଆପ୍‌ରେ ଉପଲବ୍ଧ କରାଯିବ ।

ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ମଜବୁତ କରିବା ପାଇଁ, ୨୦୨୩ – ୨୪ ବଜେଟ୍‌ରେ କ୍ଷେତ୍ର ଅନୁସାରେ ନିର୍ଦ୍ଦିଷ୍ଟ ଦକ୍ଷତା ଏବଂ ଉଦ୍ୟୋଗ ବିକାଶରେ ସମନ୍ୱୟନ ସ୍ଥାପିତ କରାଯିବ, ଯେଉଁଥିରେ ଦେଖୋ ଅପନା ଦେଶ’ ପଦକ୍ଷେପର ଉଦ୍ଦେଶ୍ୟ ପ୍ରାପ୍ତ କରା ଯାଇପାରିବ । ସୀମାନ୍ତ ଅଂଚଳରେ ଥିବା ଗ୍ରାମ ଗୁଡିକରେ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ସେହି ସବୁ ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ବିକାଶକୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ବିଭିନ୍ନ ପର୍ଯ୍ୟଟନ ଯୋଜନା ଗୁଡିକ ବିଷୟରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ , “ଅନ୍ତର୍ଜାତୀୟ ପର୍ଯ୍ୟଟନ ଅପେକ୍ଷା ଘରୋଇ ପର୍ଯ୍ୟଟନକୁ ଅଧିକ ପସନ୍ଦ କରିବା ପାଇଁ ମଧ୍ୟବିତ୍ତମାନଙ୍କ ନିକଟରେ ଏକ ଆବେଦନ ଭାବରେ ‘ଦେଖୋ ଅପନା ଦେଶ’ ପଦକ୍ଷେପ ଆରମ୍ଭ ହୋଇଥିବାବେଳେ ବିଷୟ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ଗୁଡିକର ସମନ୍ୱିତ ବିକାଶ ପାଇଁ ‘ସ୍ୱଦେଶ ଦର୍ଶନ ଯୋଜନା’ ଆରମ୍ଭ କରା ଯାଇଥିଲା” ।

ରାଜ୍ୟର ନିଜସ୍ୱ ଏକ ଜିଲ୍ଲା, ଗୋଟିଏ ଉତ୍ପାଦ (ଓଡିଓପି), ଭୌଗୋଳିକ ସୂଚକାଙ୍କ (ଜିଆଇ) ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ତଥା ସେଗୁଡିକର ବିକ୍ରୟ କରିବା ପାଇଁ ରାଜ୍ୟ ମାନଙ୍କରେ ୟୁନିଟି ମଲ୍ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ରାଜ୍ୟର ରାଜଧାନୀ କିମ୍ବା ନିଜ ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ କିମ୍ବା ସେମାନଙ୍କର ଆର୍ôଥକ ରାଜଧାନୀରେ ଏହିପରି ୟୁନିଟ୍ ମଲ୍ ପ୍ରତିଷ୍ଠା କରିବାକୁ ଏବଂ ଅନ୍ୟ ରାଜ୍ୟର ଓଡିଓପି ଏବଂ ଜିଆଇ ଉତ୍ପାଦ ପାଇଁ ମଧ୍ୟ ସ୍ଥାନ ପ୍ରଦାନ କରିବାକୁ ରାଜ୍ୟ ମାନଙ୍କୁ ଉତ୍ସାହିତ କରାଯିବ ।

ଭାରତରେ ପର୍ଯ୍ୟଟନର ସମ୍ଭାବନା ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, “ଘରୋଇ ତଥା ବିଦେଶୀ ପର୍ଯ୍ୟଟକ ମାନଙ୍କ ପାଇଁ ଦେଶରେ ବ୍ୟାପକ ଆକର୍ଷଣ ରହିଛି । ପର୍ଯ୍ୟଟନରେ ବହୁତ କ୍ଷମତା ରହିଛି, ଯାହାର ଉପଯୋଗ କରାଯିବା ଜରୁରୀ । ଏହି କ୍ଷେତ୍ରଟି ବିଶେଷ ଭାବରେ ଯୁବକ ମାନଙ୍କ ପାଇଁ ଚାକିରି ଏବଂ ଉଦ୍ୟୋଗ ପାଇଁ ବଡ଼ ସୁଯୋଗ ଧାରଣ କରିଥାଏ । ରାଜ୍ୟ ଗୁଡିକର ସକ୍ରିୟ ଅଂଶଗ୍ରହଣ, ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ସମ୍ମିଶ୍ରଣ ଏବଂ ସରକାରୀ – ବେସରକାରୀ ସହଭାଗୀତା ସହିତ ମିଶନ ମୋଡରେ ପର୍ଯ୍ୟଟନର ପ୍ରୋତ୍ସାହନ କରାଯିବ ।”

Leave A Reply

Your email address will not be published.