ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଜେପି ଅଡୁଆ ବଢାଇଦେଲେ

0
  • ଭୁବନେଶ୍ୱର: ଓଡିଶା ବିଧାନସଭାରେ ସ୍ମିତାରାଣୀ ହତ୍ୟା ମାମଲାରେ ମୁଖ୍ୟ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛି। ଠିକ ସେତିକିବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ବିଜେଡି ଓ ଏନସିପିକୁ ସେମାନଙ୍କ ସଂସଦରେ ଶୃଙ୍ଖଳିତ ବ୍ୟବହାର ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଗୃହ ଭିତରକୁ ନ ଆସି ବି ଲୋକମାନେ ତାଙ୍କୁ ଭଲ ପାଉଛନ୍ତି ଓ କ୍ଷମତାରେ ରଖିଛନ୍ତି। ଏଥିରୁ ବିଜେପି ସମେତ ଅନ୍ୟ ଦଳ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ବିଜେପିର ବିଧାନସଭା ପ୍ରଦର୍ଶନକୁ ବିତର୍କ ଭିତରକୁ ଟାଣିଆଣିଛି। କେବଳ ସେତିକି ନୁହେଁ, ସରକାରୀ ଦଳକୁ ମଧ୍ୟ ବିଧାନସଭାରେ ବଳ ମିଳିଛି। ବିରୋଧୀ ହଟ୍ଟଗୋଳ କଲେ ଏବେ ଏହି ଅସ୍ତ୍ର ଫିଙ୍ଗି ସରକାରୀ ଦଳ ପ୍ରତି ଆକ୍ରମଣ କରିବେ।
  • ରାଜନୈତିକ ମହଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଦୁଇଟି ଦୃଷ୍ଟିରୁ ବିଚାର କରୁଛନ୍ତି। ପ୍ରଥମତଃ, ଶିବସେନା ଦୂରେଇ ଯିବା ପରେ ବିଜେଡି ଆବଶ୍ୟକତା କେନ୍ଦ୍ର ସରକାର ପାଇଁ ସଂସଦରେ ବଢିଛି। ଏଣୁ ପ୍ରଧାନମନ୍ତ୍ରୀ ଏହି ମଲମରେ ବିଜେଡିକୁ ନିକଟରେ ରଖିପାରିଛନ୍ତି। ସେହିପରି ଏନସିପି ତତ୍କାଳ ମହାରାଷ୍ଟ୍ର ସରକାର ଗଠନ ନେଇ ଖେଳିବା ଆରମ୍ଭ କରିଦେଇଛି। ଦ୍ବିତୀୟତଃ, ମୋଦୀ ଧୀରେ ଧୀରେ ନିଜକୁ ପୋଖତ ଓ ବିଚକ୍ଷଣ ନେତା ଭାବେ ପ୍ରମାଣିତ କରୁଛନ୍ତି। ଏହି ମନ୍ତବ୍ୟ ତାର ଗୋଟିଏ ଝଲକ।
  • ହେଲେ କେନ୍ଦ୍ରର ଏଭଳି ଗୋଟିଚାଳନା ରାଜ୍ୟ ବିଜେପି ପାଇଁ ଅଡୁଆ ବଢାଇଦେଇଛି। ଜାତୀୟ ସ୍ତରରେ ନବୀନଙ୍କ ପ୍ରତିଷ୍ଠା ଓ ଦଳ ଉପରେ ଥିବା ପକଡ ଚର୍ଚ୍ଚାକୁ ଆସିଛି। ନବୀନ ଧୀରେ ଧୀରେ ନିଜର ବ୍ୟକ୍ତିତ୍ୱ ଅଲଗା ଢଙ୍ଗରେ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି। ଏଥିରେ ବିଜେଡିର ତ ଲାଭ ହିଁ ଲାଭ। ନବୀନଙ୍କ ଲୋକପ୍ରିୟତା ବଢିବ। କିନ୍ତୁ ବିରୋଧୀ ଦଳ ଉପରେ ସନ୍ଦେହ ସୃଷ୍ଟିହେବା ଅମୂଳକ ନୁହେଁ।
Leave A Reply

Your email address will not be published.