ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିକ୍ରମଦେବ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

0

ଜୟପୁର; ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ  ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା  ଛାତ୍ରଛାତ୍ରୀମାନଙ୍କର  ବହୁ  ଦିନର  ଦାବି ଆଜି ପୂରଣ ହୋଇଛି। 

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି, ୧୭ଟି ଅଣ୍ଡର ଗ୍ରାଜୁଏଟ୍ ପୋଗ୍ରାମ  ସହିତ ବିବିଏ, ବିସିଏ, ଓ  ବି.ଇଡି  ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ  ଅଧ୍ୟୟନ  କରୁଛନ୍ତି । ଅବିଭକ୍ତ  କୋରାପୁଟ  ଜିଲ୍ଲାର  ସମସ୍ତ  କଲେଜ  ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ  ସହ  ଅନୁବନ୍ଧିତ  ହୋଇଛି । ବର୍ତ୍ତମାନ  ଏହି  ନୂଆ  ବିଶ୍ୱବିଦ୍ୟାଳୟ  ହେବା  ଦ୍ଵାରା କୋରାପୁଟ, ରାୟଗଡା, ନବରଙ୍ଗପୁର  ଓ  ମାଲକାନଗିରି  ଜିଲ୍ଲାର ହଜାର ହଜାର   ଛାତ୍ରଛାତ୍ରୀ   ଉପକୃତ  ହେବେ ।  ଦକ୍ଷିଣ ଓଡିଶାର ଉଚ୍ଚ ଶିକ୍ଷାକ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.