ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

କୋର୍ଟ ଭିତରେ ପଶିଲା ବାଘ; ଆକ୍ରମଣରେ ୭ ଆହତ

0

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ଏକ କଲରାପତରିଆ ହଠାତ୍ ପ୍ରବେଶ କରିଥିଲା। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ବାଘ ଆକ୍ରମଣରେ ପ୍ରାୟ ୭ଜଣ ଆହତ ହୋଇଥିବା ଜଣାପଡ଼ିଛି

ସୂଚନା ଅନୁଯାୟୀ, ହଠାତ୍ ଏକ କଲରାପତିରିଆ ବାଘ ଆସି କୋର୍ଟର ପ୍ରଥମ ମହଲାରେ ପହଞ୍ଚି ଯାଇଥିଲା। ଲୋକେ ବାଘକୁ ଦେଖି ଡରିଯାଇଥିଲେ। ଭୟରେ ଜୀବନ ବଞ୍ଚାଇବା ପାଇଁ ଲୋକେ ଧାଁ ଦଉଡ଼ କରିଥିଲେ। । ଲୋକେ ପାଟିତୁଣ୍ଡ କରିବା ସହ ବାଘ ଉପରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଣୁ ବାଘଟି ଅଧିକ ହିଂସ୍ର ହୋଇପଡ଼ିଥିଲା ଓ ଆକ୍ରମଣ କରିଥିଲା। ବାଘ ପ୍ରାୟ ୭ ଜଣଙ୍କୁ  ଆକ୍ରମଣ କରିଥିଲା। ୨-୩ ଜଣ ଓକିଲଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ବାଘ। ପ୍ରାୟ ୪ରୁ ୫ ଜଣ ଓକିଲ ବାଘ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଆମ୍ଭୁଲାନ୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଲୋକମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଏଥିସହ ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏଯାଏ ବାଘଟିକୁ କାବୁ କରାଯାଇ ପାରି ନାହିଁ। ଏବେ ବି ଅପରେସନ ଚାଲିଛି।

Leave A Reply

Your email address will not be published.