ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା

0

ଭୁବନେଶ୍ୱର: ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ବ୍ୟାଚର IAS ହେଉଛନ୍ତି ପ୍ରଦୀପ କୁମାର ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା ବେଳେ ଏହା ପୂର୍ବରୁ ନୂଆ ସିଏସଙ୍କ ନାମ ପ୍ରକାଶ ପାଇଛି ।

ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା ।ଆସନ୍ତା ୨୮ ତାରିଖରେ ଅବସର ନେବେ ସୁରେଶ ମହାପାତ୍ର। ପ୍ରଦୀପ ଜେନା ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ରହିଛନ୍ତି । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ ।

ସେହିପରି ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ମିଳିଛି । ଅତିରିକ୍ତ ଭାବେ ସେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ । ବର୍ତ୍ତମାନ ସେ ସେହି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱରେ ଥିଲେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.