ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଜେଏସପିକୁ ମିଳିଲା ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨

0

ମୁମ୍ବାଇ / ଭୁବନେଶ୍ୱର; ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ଜେଏସପି ଦ୍ବାରା କାର୍ଯ୍ୟକରୀ କରାଯାଉଥିବା ‘ଆଶା – ଦ ହୋପ’ ପଦକ୍ଷେପ ନିମନ୍ତେ ଜେଏସପିକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମୁମ୍ବାଇ ସ୍ଥିତ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ୨୫ ଫେବୃଆରୀ ୨୦୨୩  ଦିନ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏସପିର ସଭାପତି ତଥା ଗୃପ ମୁଖ୍ୟ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପୂର୍ବତନ ନିର୍ବାଚନ କମିଶନର ଶ୍ରୀ ଜେଏସ୍ ସାହାରିଆଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ସିଏସଆର କାର୍ଯ୍ୟକ୍ରମ ପାଇଁ କମ୍ପାନୀ ମାନଙ୍କୁ ପ୍ରଶଂସା କରିଥିଲେ।

ଏହି ସମ୍ମାନଜନକ  ପୁରସ୍କାର ନିମନ୍ତେ ଜେଏସପି ଏବଂ ଜେଏସପି ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, “ଦିବ୍ୟାଙ୍ଗ ମାନଙ୍କୁ ଥଇଥାନ କରିବା ଏବଂ ସେମାନଙ୍କୁ ସମାଜର  ମୁଖ୍ୟ ସ୍ରୋତରେ  ସାମିଲ କରିବା ପାଇଁ ଦ ହୋପ, ଜେଏସପି ଫାଉଣ୍ଡେସନର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଆମର ସ୍ବପ୍ନ ଏକ ଅନ୍ତର୍ଭୁକ୍ତି ଭାରତ, ଯେଉଁଥିରେ କୌଣସି ବ୍ୟକ୍ତି ଜୀବନ ପାଇଁ ମୌଳିକ ଆବଶ୍ୟକତାରୁ ବଞ୍ଚିତ ନ ହେବେ । ଶିକ୍ଷା ସମାଜର ବିକାଶ ପାଇଁ ଏକ ମୌଳିକ ଆବଶ୍ୟକତା । ମୋର ଦୃଢ ବିଶ୍ବାସ ଅଛି, ଯଦି ଆମେ ଦିବ୍ୟାଙ୍ଗ ପିଲା ଏବଂ ନାଗରିକ ମାନଙ୍କୁ ଉପଯୁକ୍ତ ପୁନର୍ବାସ ଏବଂ ସ୍ବତନ୍ତ୍ର ଶିକ୍ଷା ଦେବା, ତେବେ ସେମାନେ ମଧ୍ୟ ଦେଶ ଗଠନରେ ଯୋଗଦାନ କରି ପାରିବେ । ଆମର କାର୍ଯ୍ୟକୁ ସ୍ୱୀକୃତି ଦେଇଥିବାରୁ ଏବଂ ଆମକୁ ଏହି ସମ୍ମାନଜନକ ସିଏସଆର ଜର୍ନାଲ୍ ଉତ୍କର୍ଷ ପୁରସ୍କାର ବିଜେତା ଭାବରେ ଚୟନ କରିଥିବାରୁ ମୁଁ ଜୁରୀଙ୍କୁ ଧନ୍ୟବାଦ ଦେଉଛି।

ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ଜେଏସପି ଫାଉଣ୍ଡେସନ ଦ୍ୱାରା ପରିଚାଳିତ ‘ଆଶା – ଦ ହୋପ’ କାର୍ଯ୍ୟକ୍ରମ, ଜେଏସପିର ଏକ ଫ୍ଲାଗସିପ୍ ସିଏସ୍ଆର୍ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଅଧୀନରେ, ବୃତ୍ତିଗତ ଚିକିତ୍ସା, ସ୍ପିଚ୍ ତାଲିମ, ସ୍ପେଶାଲ ଏଡୁକେସନ ଏବଂ ଦକ୍ଷତା ତାଲିମ ଭଳି ବିଭିନ୍ନ କେନ୍ଦ୍ର ଭିତ୍ତିକ ଚିକିତ୍ସା ଏବଂ ପୁନର୍ବାସ ସେବା ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କୁ ଦିଆଯାଇଥାଏ। ଏହି ପଦକ୍ଷେପ ଦ୍ୱାରା ୫୦୦୦ରୁ ଅଧିକ ପିଲା ଉପକୃତ ହୋଇ ପାରୁଛନ୍ତି । 

ଉଲ୍ଲେଖନୀୟ ସିଏସ୍ଆର୍ କାର୍ଯ୍ୟ ନିମନ୍ତେ ଗୋଲ୍ଡେନ ପିକକ ପୁରସ୍କାର ଏବଂ ଫିକି  ସିଏସ୍ଆର୍ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ସହିତ ନିକଟରେ ଜେଏସପିକୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ଦ୍ବାରା ପ୍ରଦାନ କରାଉଥିବା ଜାତୀୟ ସିଏସ୍ଆର୍ ପୁରସ୍କାର-୨୦୨୦ର ଦୁଇଟି ବିଭାଗରେ ଜେଏସପିକୁ ବିଜେତା ଘୋଷିତ କରାଯାଇଛି |

Leave A Reply

Your email address will not be published.