- ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଥିଲେ।
- ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ସରକାର ତାଙ୍କୁ ଖାଦ୍ୟ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇପାରନ୍ତି। ଖୁବ ଶୀଘ୍ର ଏ ନେଇ ବିଜ୍ଞାପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳୁଛି। ଏଠାରେ ଥିବା ବରିଷ୍ଠ ଅଧିକାରୀ ରଙ୍ଗଲାଲ ଜମୁଡ଼ାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦ ଖାଲି ପଡ଼ିଛି।
- ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅର୍ଥାତ କିଛିମାସ ତଳେ ଶ୍ରୀ ଧଳ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିଲେ ସୁଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ । ଅତି ନାଟକୀୟ ଢଙ୍ଗରେ ତାଙ୍କୁ ଏହି ନିଗମରେ ସରକାର ନିଯୁକ୍ତି ଦେଇଥିଲେ।
ପ୍ରମୁଖ ଖବର
ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍ ଲଳିତ ଦାସ ହେଲେ ଓଏସ୍ଏସ୍ଏସ୍ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ