ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବୁଲବୁଲ ପାଇଁ ଆଗୁଆ ୫୫୨ କୋଟି

0

ଭୁବନେଶ୍ବର: ବୁଲବୁଲ ବାତ୍ୟା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗରେ ବୁଲବୁଲ ବାତ୍ୟା ସ୍ଥଳ ଭାଗ ଛୁଇଁଥିଲା। ବାତ୍ୟାରେ ଓଡ଼ିଶାରେ କେହି ପ୍ରାଣ ହରାଇନଥିଲେ ହେଁ, ପଶ୍ଚିମବଙ୍ଗରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ୩୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର ସମେତ ୬ଟି ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା।

କେନ୍ଦ୍ର ସରକାର ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍ ଦୁଇ ରାଜ୍ୟ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ଏମିତି ସମୟରେ ଦୁଇ ରାଜ୍ୟର ରିଲିଫ୍ ପ୍ୟାକେଜ୍ ଓ ଅନ୍ୟାନ୍ୟ ସହାୟତା ପାଇଁ ଏସଡିଆରଏଫ୍ ପାଣ୍ଠି ୨୦୧୯-୨୦ ପାଇଁ କେନ୍ଦ୍ରୀୟ ଅଂଶଧନକୁ ଆଗତୁରା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.