ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଖାଲି ଦିଶୁଛି ପରିବା ମାର୍କେଟ

0

ଭୁବନେଶ୍ବର; ୧୦ ଦଫା ଦାବି ପୂରଣ ନିମନ୍ତେ ଗତକାଲିଠୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହାର ସିଧା ପ୍ରଭାବ ବଜାର ଉପରେ ପଡ଼ିଛି। ପରିବା, ଫଳ ସହ ଅତ୍ୟାବଶ୍ୟକ ଜିନିଷ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଜାରକୁ ଆସିପାରୁନି। ବିଭିନ୍ନ ସ୍ଥାନରେ ପନିପରିବା ଓ ଅନ୍ୟ ସାମଗ୍ରୀ ବୋଝେଇ ଗାଡ଼ି ଅଟକି ରହିଛି। ଗୋଟିଏ ପଟେ ଖାଉଟିଙ୍କ ନିକଟରେ ଜିନିଷ ପହଞ୍ଚି ପାରୁ ନ ଥିବା ବେଳେ ରାସ୍ତା ଉପରେ କିନ୍ତୁ ଗାଡ଼ି ଅଟକି ରହିଥିବାରୁ ପନିପରିବା ଓ ଫଳ ଆଦି ପଚିବାରେ ଲାଗିଛି। 

ରାଜ୍ୟର ସବୁଠୁ ବଡ଼ ପରିବା ମାର୍କେଟ କଟକର ଛତ୍ରବଜାରରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଛତ୍ରବଜାରକୁ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଓ ଫଳ ଆସୁଥିବା ବେଳେ ଏବେ ଏହି ସ୍ଥାନ ଖାଁ ଖାଁ ଦିଶୁଛି। 

ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି।  ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ ଆସନ୍ତାକାଲି ପରିସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଅନୁମାନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଚେତାଇ ଦେଇଛନ୍ତି ଛତ୍ର ବଜାର ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

ରାଜ୍ୟରେ ଉପୁଜିଥିବା ଏହି ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁ ନାହାନ୍ତି। ଆନ୍ଦୋଳନକୁ ୨ ଦିନ ପୂରିବାକୁ ବସିଥିଲେ ବି ଜଣେ ବି ଜନ ପ୍ରତିନିଧି ଆନ୍ଦୋଳନ ସ୍ଥଳକୁ ଯାଇ ଆଲୋଚନା କରି ନାହାନ୍ତି। ତେଣୁ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। 

Leave A Reply

Your email address will not be published.