ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଏବେ ମୁକୁଳିବେ ପି. ଚିଦାମ୍ବରମ୍

0

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କେଳେଙ୍କାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବଣ୍ଡ ଓ ଦୁଇଜଣଙ୍କ ଜାମିନଦାର ସମାନ ଅର୍ଥ ଜମା କରିବା ସର୍ତରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି। ଏହା ସହିତ ତାଙ୍କ ବିଦେଶ ଗସ୍ତ ଉପରେ ବି କଟକଣା ଲାଗିଛି। କୋର୍ଟଙ୍କ ଅନୁମତି ବିନା ସେ ବିଦେଶ ଯାଇପାରିବେ ନାହିଁ।

ପୂର୍ବରୁ ସିବିଆଇ ମାମଲାରେ ତାଙ୍କୁ ଜାମିନ ମିଳିସାରିଥିବା ପରିପ୍ରେକ୍ଷୀରେ ଏବେ ସେ ତିହାର ବିଚାର ବିଭାଗୀୟ ହାଜତରୁ ବାହାରିବାର ବାଟ ଫିଟିଯାଇଛି। ସିବିଆଇ ଚିଦାମ୍ବରମଙ୍କୁ ଜାମିନ ଦେବା ପରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ଦେଇଥିଲା। ଦୀର୍ଘ ୩ମାସରୁ ଅଧିକ ଦିନ ଧରି ସେ ଜେଲରେ ଥିଲେ।

ସୁପ୍ରିମକୋର୍ଟ ସର୍ତ୍ତ ରଖି କହିଛନ୍ତି, ସେ ମାମଲା ସଂପର୍କରେ ଗଣମାଧ୍ୟମ ସାମ୍ନାରେ କୌଣସି ବିବୃତି ରଖିବେ ନାହିଁ। ମାମଲାକୁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଅକ୍ଚୋବର ୧୬ ତାରିଖରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ସିବିଆଇ ମାମଲାରେ ସେ ବିଚାର ବିଭାଗୀୟ ହାଜତରେ ଥିଲେ।

Leave A Reply

Your email address will not be published.