ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବିଶାଖାପାଟଣାରେ କୋଠା ଭୁଷୁଡି ୫ ମୃତ, ଅନେକ ଆହତ

0

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୁଷୁଡିଲା ୩ ମହଲା କୋଠା । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୩ ଜଣ । ଆହତ ହୋଇଛନ୍ତି ୬ ଜଣ । ଆଜି ଭୋରରେ ବିଶାଖପାଟଣା ଅନ୍ତର୍ଗତ ରାମଯୋଗୀ ପେଟାରେ ଥିବା ଏକ ପୁରୁଣା ତିନି ମହଲା କୋଠା ଭୁଷୁଡ଼ି ଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି ଭାଇଜାଗ ସିପି ସିଏଚ ଶ୍ରୀକାନ୍ତ।

ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ବର୍ଷୀୟା ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଏହି ଘରେ ତାଙ୍କର ଜନ୍ମଦିନ ପାଳନ ହେଉଥିଲା । ତେବେ ସକାଳ ହେବା ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇସାରିଥିଲେ । ଅଞ୍ଜଳି ସ୍ଥାନୀୟ ରାମକୃଷ୍ଣ ମିଶନ ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ ଥିଲେ । ସେହିଭଳି ତାଙ୍କ ସହ ତାଙ୍କ ୧୭ ବର୍ଷୀୟ ଭାଇ ଦୁର୍ଗାପ୍ରସାଦର ଶବ ମଧ୍ୟ ଉଦ୍ଧାର କରାଯାଇଛି । ଏ ଘଟଣା ପରେ ପୂରା ପରିବାର ନଷ୍ଟ ହୋଇଯାଇଛି । କେବଳ ଚାରିପଟେ ଶୋକର ମାହୋଲ ଦେଖିବାକୁ ମିଳିଛି ।

ଏହାଛଡା, ପ୍ରଥମ ମହଲାରେ ରହୁଥିବା ଜଣେ ବିହାରୀ ଶ୍ରମିକର ମୃତ୍ୟୁ ଘଟିଥିଲା । ଆହତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କୋଠା ନିକଟରେ ପଡ଼ୋଶୀ ଘର ମାଲିକ ନିଜ ଘର ତିଆରି କରିବା ଲାଗି ନିଅଁ ଖୋଳୁଥିବାବେଳେ ଏହି କୋଠା ଧସିଯାଇଥିଲା । ସେପଟେ ଦିଲ୍ଲୀର ରୋହିଣୀ ଇଲାକାରେ ଏକ କୋଠା ଭୁଷୁଡିଯାଇଛି । ରାତି ଗୋଟାଏ ୪୫ ମିନଟରେ ଘଟିଛି ଘଟଣା । ତେବେ ଏହା ଏକ ପରିତ୍ୟକ୍ତ କୋଠା ହୋଇଥିବାରୁ ଧନଜୀବନ ହାନି ଘଟିନାହିଁ ।

Leave A Reply

Your email address will not be published.