ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ବିଶାଖାପାଟଣାରେ କୋଠା ଭୁଷୁଡି ୫ ମୃତ, ଅନେକ ଆହତ

0

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୁଷୁଡିଲା ୩ ମହଲା କୋଠା । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୩ ଜଣ । ଆହତ ହୋଇଛନ୍ତି ୬ ଜଣ । ଆଜି ଭୋରରେ ବିଶାଖପାଟଣା ଅନ୍ତର୍ଗତ ରାମଯୋଗୀ ପେଟାରେ ଥିବା ଏକ ପୁରୁଣା ତିନି ମହଲା କୋଠା ଭୁଷୁଡ଼ି ଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି ଭାଇଜାଗ ସିପି ସିଏଚ ଶ୍ରୀକାନ୍ତ।

ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ବର୍ଷୀୟା ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଏହି ଘରେ ତାଙ୍କର ଜନ୍ମଦିନ ପାଳନ ହେଉଥିଲା । ତେବେ ସକାଳ ହେବା ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇସାରିଥିଲେ । ଅଞ୍ଜଳି ସ୍ଥାନୀୟ ରାମକୃଷ୍ଣ ମିଶନ ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ ଥିଲେ । ସେହିଭଳି ତାଙ୍କ ସହ ତାଙ୍କ ୧୭ ବର୍ଷୀୟ ଭାଇ ଦୁର୍ଗାପ୍ରସାଦର ଶବ ମଧ୍ୟ ଉଦ୍ଧାର କରାଯାଇଛି । ଏ ଘଟଣା ପରେ ପୂରା ପରିବାର ନଷ୍ଟ ହୋଇଯାଇଛି । କେବଳ ଚାରିପଟେ ଶୋକର ମାହୋଲ ଦେଖିବାକୁ ମିଳିଛି ।

ଏହାଛଡା, ପ୍ରଥମ ମହଲାରେ ରହୁଥିବା ଜଣେ ବିହାରୀ ଶ୍ରମିକର ମୃତ୍ୟୁ ଘଟିଥିଲା । ଆହତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କୋଠା ନିକଟରେ ପଡ଼ୋଶୀ ଘର ମାଲିକ ନିଜ ଘର ତିଆରି କରିବା ଲାଗି ନିଅଁ ଖୋଳୁଥିବାବେଳେ ଏହି କୋଠା ଧସିଯାଇଥିଲା । ସେପଟେ ଦିଲ୍ଲୀର ରୋହିଣୀ ଇଲାକାରେ ଏକ କୋଠା ଭୁଷୁଡିଯାଇଛି । ରାତି ଗୋଟାଏ ୪୫ ମିନଟରେ ଘଟିଛି ଘଟଣା । ତେବେ ଏହା ଏକ ପରିତ୍ୟକ୍ତ କୋଠା ହୋଇଥିବାରୁ ଧନଜୀବନ ହାନି ଘଟିନାହିଁ ।

Leave A Reply

Your email address will not be published.