ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଶୁଆଇ ଦେଉନାହାନ୍ତି ପାଣ୍ଡିଆନ୍

0

ଭୁବନେଶ୍ବର: ସରକାରୀ କାମ କରିବେ ବୋଲି ରାତି ଶୁଆଇ ଦେଉନାହାନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍। କିଛି ଦିନ ତଳେ ଭୋର ୪ଟାରୁ କଟକ ମେଡିକାଲ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ସନ୍ଧ୍ୟାରେ ସରକାର କଟକ ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରରେ ପହଞ୍ଚାଇବା ପାଇଁ ୧୦୦୦ କୋଟି ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ।

ଆଜି ସକାଳୁ ପୁଣି ସେମିତି ଏକ କାମ କରିଛନ୍ତି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନରେ ଭୋର ୪ଟାରୁ ପାଣ୍ଡିଆନ ଯାଇଥିଲେ । ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶ ମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ। ତାଙ୍କ ସହ ପୂର୍ତ ସଚିବ କିଷନ କୁମାର, ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ। ପାଖାପାଖି ଏକ ଘଣ୍ଟା ଧରି ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରକୁ ସେବାୟତ ଓ ଭକ୍ତ ଆସିବା ବେଳକୁ ସମୀକ୍ଷା କରି ସେ ଫେରିଆସିଲେଣି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏଡିଏମ୍ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସକାଳ ୧୦ଟାରୁ କାଗଜପତ୍ର ଧରି ଲୋକସେବା ଭବନରେ ଡେରା ପକାଇଛନ୍ତି ଓ ତୁହାକୁ ତୁହା ଆଲୋଚନା ଚାଲିଛି। ସମ୍ଭବତଃ, ଲିଙ୍ଗରାଜ ମନ୍ଦିର ସଂପର୍କରେ ସରକାର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।

ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିଲେ। ଏହାକୁ ନେଇ ଏକ ମାର୍କେଟ କପ୍ଲେକ୍ସ ମଧ୍ୟ ଉଚ୍ଛେଦ କରାଯାଇଥିଲା। ଏହା ବ୍ୟତୀତ ଆଉ କି ବିକାଶ କରାଯିବ, ତାହାକୁ ନେଇ ଏବେ ରାଜଧାନୀବାସୀଙ୍କ ମନରେ କୌତୂହଳ ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ବାତ୍ୟା ଫନି ହେଉ କି ବୁଲବୁଲ୍, ଭୋରରୁ ଅଫିସରଙ୍କୁ ଉଠାଇ ତନାଘନା କରୁଥିଲେ ପାଣ୍ଡିଆନ୍। ଗଣମାଧ୍ୟମ ରିପୋର୍ଟ ଉପରେ ସକାଳୁ ସକାଳୁ ପଦକ୍ଷେପ ନେବାର ନଜିର ମଧ୍ୟ ରହିଛି। ପାଣ୍ଡିଆନଙ୍କ କାର୍ଯ୍ୟ କରିବା ତରିକା ଏବେ ପ୍ରଶାସନିକ ଅଧିକାରୀଙ୍କୁ ଚିନ୍ତାରେ ପକାଇଲେଣି। କାଳେ କେତେବେଳେ ଫୋନ ଆସିବ, ଆଉ ସେମାନେ ଶୋଇପଡିଥିବେ…..।

Leave A Reply

Your email address will not be published.