ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭିଡିଓ କନଫରେନ୍ସିଂ ଜରିଆରେ ଘରୁ କାମ କରିବେ ଓକିଲ

0

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ବଢ଼ିଲାଣି କରୋନା ସଂକ୍ରମଣ । ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଘରୁ କାମ କରିପାରିବେ ବୋଲି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଗତ କିଛି ଦିନ ଧରି ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଓ୍ବାର୍କ ଫ୍ରମ ହୋମ ଲାଗି ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେ.ବି. ପାର୍ଦିଓ୍ବାଲା ।

ସୂଚନାଯୋଗ୍ୟ: ଆଜିଠୁ ଭିଡିଓ କନଫରେନ୍ସିଂ ଜରିଆରେ ଓକିଲମାନେ ହାଜର ହୋଇପାରିବେ ବୋଲି କହିଛନ୍ତି କୋର୍ଟ । ଗତକାଲି ଦେଶରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୪ ହଜାର ୪୩୫ ହୋଇଥିବାବେଳେ ଗତ କିଛିଦିନ ଧରି ଉପରମୁହାଁ ରହିଛି କରୋନା ଗ୍ରାଫ । ଗତ ୧୬୩ ଦିନ ମଧ୍ୟରେ ଗତକାଲି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨୩ ହଜାର ୦୧ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ହୋଇଥିବାବେଳେ ପ୍ରାଣ ହରାଇଲେଣି ୫ ଲକ୍ଷ ୩୦ ହଜାର ୯୧୬ ।

Leave A Reply

Your email address will not be published.