ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ

0
  • ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳ
  • ଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀ
  • ବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତି
  • ଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଦଳୀୟ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏ ନେଇ ବିଧିବଦ୍ଧ ଭାବେ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହେବ। ବିଶ୍ବସ୍ତ ସୂତ୍ରରୁ ମିଳୁଥିିବା ଖବର ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମନ୍ତ୍ରୀଙ୍କର ବିଭାଗରେ ପରିବର୍ତନ କରିବେ ଓ କିଛି ମନ୍ତ୍ରୀ ବାଦ୍ ପଡିପାରନ୍ତି। ତେବେ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବିଧାନସଭାର ବାଚସ୍ପତି, ସରକାରୀ ଦଳର ମୁଖ୍ୟ ସଚେତକ ପରିବର୍ତନକୁ ଏଡାଇ ଦେଇ ହେବନାହିଁ। କେବଳ ସେତିକି ନୁହେଁ, ବିଜେଡିର ଜଣେ ଅତି ହେଭିଵେଟ୍ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ। ସେ ଗୁରୁତ୍ବପୂର୍ଣ୍ମ ଗୃହ, ସଂସଦୀୟ ବ୍ୟାପାର ଭଳି ଦାୟିତ୍ବ ହାତେଇପାରନ୍ତି।

ଅଦଳବଦଳ ସମୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ପଦ ହରାଇବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ତାଙ୍କ ବ୍ୟତୀତ ପ୍ରଥମ ୯ମାସ ମଧ୍ୟରେ ଯେଉଁସବୁ ବିଭାଗ ପ୍ରଦର୍ଶନରେ ବିଫଳ ହୋଇଛନ୍ତି, ସେମାନଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଅପେକ୍ଷାକୃତ ଆଉ କିଛି ଯୁବ ନେତାଙ୍କୁ କ୍ୟାବିନେଟରେ ସାମିଲ କରାଯାଇପାରେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମ ଆଳରେ ଏବେ ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଲାଗି ପ୍ରତିଦିନ ନୂଆନୂଆ ପଦକ୍ଷେପ ନେଉଛନ୍ତି। ଏହା ସତ୍ତ୍ବେ ସରକାରୀ ଯେଭଳି ଦୌଡିବା କଥା ତାହା ପରିଲକ୍ଷିତ ହେଉନାହିଁ। କିଛି ମନ୍ତ୍ରୀଙ୍କ ଭୂମିକା ଦିନକୁ ଦିନ ବିବାଦୀୟ ହେବାରେ ଲାଗିଲାଣି। ଏହି ତାଲିକାରେ ୫ଜଣ ମନ୍ତ୍ରୀଙ୍କର ନାମ ରହିଥିବା ଦଳର କ୍ଷମତାଶାଳୀ ଗୋଷ୍ଠୀ ଖୋଲାଖୋଲି ଆଲୋଚନା କଲେଣି। ଏଣୁ ଏମାନଙ୍କୁ ପରିବର୍ତନ ନ କଲେ, ଶାସନ ବ୍ୟବସ୍ଥାକୁ ଝଟକା ଲାଗିବ ବୋଲି ସରକାରଙ୍କୁ ତାଙ୍କ ପରାମର୍ଶଦାତା ବୁଝାଇଛନ୍ତି।

ବିଧାନସଭାର ଶୀତ ଅଧିବେଶନ ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ୧୩ ଦିନ ବିଧାନସଭା ଚାଲିଲା, ମାତ୍ର ୧୩ ଘଣ୍ଟା ଶାସକ ଦଳ ବିଧାନସଭାରେ ନିଜର ଦବଦବା ଦେଖାଇପାରିଲେ ନାହିଁ। ନା ମୋ ସରକାର ପ୍ରସଙ୍ଗ ଉଠିିଲା, ନା ପୁରୀ ବିକାଶ, ମେଡିକାଲ କଲେଜ ଉନ୍ନତିକରଣ ଆଜି ଜନହିତକର କାର୍ଯ୍ୟକ୍ରମ। ଶାସକଦଳ ବିଧାୟକ ଏମିତି ଆଚରଣ କଲେ, ଯେମିତି ସରକାରରେ କିଛି ବି ଭଲ କାମ ହୋଇନାହିଁ। ଏପରିକି ହକି ପ୍ରସଙ୍ଗ ବିରୋଧୀ କଂଗ୍ରେସ ଦଳନେତା ସଂକଳ୍ପ ଜରିଆରେ ଆଗତ କଲେ ସିନା ଶୂନ୍ୟକାଳରେ ଏ ପ୍ରସଙ୍ଗରେ ଜଣେ ବି କେହି ବିଧାୟକ ଉଠାଇଲେ ନାହିଁ।

ସବୁଠାରୁ ସାଂଘାତିକ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆରମ୍ଭ ହେବା ପୂର୍ବରୁ ଉପସ୍ଥାପନ ଉପରେ ଗୁରୁତ୍ବ ଦେଇଥିଲେ। ଏହାକୁ ଦଳ ପକ୍ଷରୁ ଗଣମାଧ୍ୟମରେ ଜୋରଦାର ପ୍ରଚାର କରାଯାଇଥିଲା। ମାତ୍ର ବିଧାୟକମାନେ ନବୀନଙ୍କୁ ବେଖାତିର୍ କରୁଛନ୍ତି, ଏମିତି ଏକ ବାର୍ତା ଗୃହରେ ଦେଲେ। ବିଧାନସଭାରେ ଶାସକ ବିଧାୟକ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ରେକର୍ଡ କରାଇବାରେ ସକ୍ଷମ ହେଲେ ଯେ ନବୀନଙ୍କ କଥା ତାଙ୍କ ବିଧାୟକି କି ମନ୍ତ୍ରୀ କେହି ଶୁଣୁନାହାନ୍ତି। ବାଚସ୍ପତି ଏହା ଉପରେ ରୁଲିଂ ବି ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀଙ୍କୁ ତାଗିଦ୍ କରିବା ପର୍ଯ୍ୟନ୍ତ କଥା ଯାଇଛି। ଏହି ଘଟଣାକୁ ସରକାରର ଶୀର୍ଷସ୍ତରରେ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଇଛି।

ଏସବୁକୁ ଧରି କେଉଁମାନଙ୍କୁ ଦଳୀୟ ସଂଗଠନ କ୍ଷେତ୍ରରେ ଥଇଥାନ କରାଯିବ, କେଉଁମାନେ ମନ୍ତ୍ରୀ ହେବେ, ସେ ତାଲିକା ପ୍ରସ୍ତୁତି ଏକପ୍ରକାର ଆରମ୍ଭ ହୋଇଯାଇଥିବା ଖବର ଆସୁଛି। ଯଦି ବିଜେଡି ନେତାମାନେ ମନ୍ତ୍ରିମଣ୍ଡଳ ପରିବର୍ତନ ସମ୍ଭାବନାକୁ ରୋକଠୋକ୍ ଏଡାଇ ଦେଉଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ କ୍ଷମତା କରିଡରରେ ଚାଲିଥିବା ଆଲୋଚନା ଧୀରେ ଧୀରେ ତଳକୁ ଭେଦିଲାଣି।

Leave A Reply

Your email address will not be published.