ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଆହୁରି ବଢ଼ିବ ତାତି: ଓଡ଼ିଶାର ୮ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

0

ଭୁବନେଶ୍ୱର: ଆଗକୁ ଆହୁରି ବଢ଼ିବ ତାତି। ତାପମାତ୍ରା ଆଗାମୀ ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଆଗାମୀ ଦୁଇଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ଦୁଇ ଦିନ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି, ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଆସନ୍ତା ୩ ଦିନ ଏଭଳି ତାପମାତ୍ରା ଅଧିକ ରହିବ। ଏଣୁ ଉଚ୍ଚ ତାପମାତ୍ରା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ବର୍ଷାର ବିଶେଷ ସମ୍ଭାବନା ନାହିଁ। ୩ ଦିନ ପରେ ହୋଇପାରେ ବର୍ଷା। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ବର୍ଷା ବଢିବ। ଉପକୂଳରେ ଉଚ୍ଚ ତାପମାତ୍ରା ସହ ଗୁଳୁଗୁଳି ରହିବ। ଏଣୁ ଅଧିକ କଷ୍ଟ ଅନୁଭୂତ ହେବ ବୋଲି ଜଣାଯାଇଛି।

ସେପଟେ ଦିନ ସାଢେ ୨ଟା ସୁଦ୍ଧା ୪୨.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ୪୦ ଡିଗ୍ରୀ ଉପରେ ରହିଛି ୬ ସହରର ତାପମାତ୍ରା । ସେହିପରି ଭୁବନେଶ୍ୱରରେ ୪୨.୨, ସମ୍ବଲପୁରରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ହୀରାକୁଦରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱର ୩୫.୮ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଓ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।

Leave A Reply

Your email address will not be published.