ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

0

ଭୁବନେଶ୍ୱର,୨୬/୦୪: – ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶ୍ରୀ କେ ସଞ୍ଜୟ ମୂର୍ତ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ସୋଆରେ ଚାଲିଥିବା ଭାରତୀୟ ଜ୍ଞାନ ପରମ୍ପରା ପ୍ରକଳ୍ପମାନ ଦେଖିଥିଲେ ।

ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞ ପଠାଣି ସାମନ୍ତ ବ୍ୟବହାର କରୁଥିବା ଜ୍ୟୋତିର୍ଯନ୍ତ୍ରର ଲଘୁରୁପର ପରିକଳ୍ପନାଠାରୁ ଆରମ୍ଭ କରି ମହାନ ଭାରତୀୟ ବିଦ୍ଵାନ ଏବଂ ଗଣିତଜ୍ଞ ରାମାନୁଜନ, ବ୍ରହ୍ମଗୁପ୍ତ, ଆଚାର୍ଯ୍ୟ ପିଙ୍ଗଳ , ଆର୍ଯ୍ୟଭଟ୍ଟ ଏବଂ ମାଧବ ଆଦିଙ୍କ କାର୍ଯ୍ୟକୁ ଇଣ୍ଟର୍ଣ୍ଣସିପରେ ଅଧୟନ କରିବା ଦେଖି ଖୁସି ହୋଇଥିଲେ ।

ଅନ୍ୟ ଏକ ପ୍ରକଳ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଆଇକେଏସ ଆଧାରିତ ବିଜ୍ଞାନ ବହିରୁ ସ୍କୁଲ ପିଲାମାନେ ଶୀଘ୍ର ପ୍ରାଚୀନ ଭାରତୀୟ ଜ୍ଞାନର ଝଲକ ପାଇବେ ବୋଲି କହିଥିଲେ ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ପ୍ରଫେସର ନଚିକେତା ଶର୍ମା। ଏହା ଏକ ଗୌରବର ବିଷୟ ଯେ ସୋଆରେ ସ୍ଥାପିତ ହେବାକୁ ଯାଉଛି ଆଇକେଏସ ଡିଭିଜନ ତରଫରୁ ଓଡ଼ିଆ ଭାଷା କେନ୍ଦ୍ର।ଏନ୍ଇପି ୨୦୨୦ର ଅଂଶ ରୁପେ ପରିଚାଳିତ ପ୍ରକଳ୍ପ ଦେଖି ଶ୍ରୀ ମୂର୍ତ୍ତି ଖୁସୀ ହୋଇଥିଲେ।

ସେ ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ବୁଝିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ମୂର୍ତ୍ତି ସୋଆର ଅତିରିକ୍ତ ଡିନ୍ (ଷ୍ଟୁଡ଼େଣ୍ଟସ୍ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମାଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.