ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ରାଜୋରୀ ଠାରେ ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଘାଟିରୁ ଖସିପଡିବାରୁ ୨ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଯବାନ ଗୁରୁତର ହୋଇଥିବା କଥା ସୂଚନା ମିଳିଛି । ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇବା ପରେ ଦମକଳବାହିନୀ ପହଂଚି ମୃତ ଓ ଆହତ ଯବାନଙ୍କୁ ଖାଲ ଭିତରୁ ଉଦ୍ଧାର କରିଛନ୍ତି । ଏହାସହ ଗୁରୁତର ହୋଇଥିବା ୩ଜଣ ଯବାନଙ୍କୁ ମେଡିକାଲ ପଠାଇଛନ୍ତି ।
ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଦୁର୍ଘଟଣା ଏଲଓସି ନିକଟରେ ଥିବା ଫେରି ସେକ୍ଟର ଠାରେ ଘଟିଛି । ଦୁର୍ଘଟଣାରେ ଜୀବନ ହରାଇଥିବା ଦୁଇଜଣ ଯବାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିହାରର ସୁଧିର କୁମାର ଓ ରାଜୋରୀର ପରମବୀର ଶର୍ମା । ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।
ସୂଚନା ଥାଉକି, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସିକ୍କିମ ଠାରେ ସମାନ ଧରଣର ଦୁର୍ଘଟଣା ହୋଇଥିଲା ଜେମା ଠାରେ ସେନାର ଏକ ଟ୍ରକ ରାସ୍ତାତଳକୁ ଖସିପଡିବାରୁ ୧୬ଜଣ ଯବାନ ସହିଦ ହୋଇଥିଲେ ।