ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ପୁଣି ଏକାଠି ହେଲେ ଚିଟଫଣ୍ଡ ଜମାକାରୀ

0
  • ଅନଧିକୃତ ଜମାରାଶି ସଂଗ୍ରହ ଓ ମହା ଠକେଇ ଘଟଣାରେ ସରକାର ପ୍ରତାରିତ କରିଛନ୍ତି
  • ଜାନୁଆରିରେ ରାଜ୍ଯଵ୍ଯାପୀ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ

ଭୁବନେଶ୍ବର: ଦୀର୍ଘଦିନ ପରେ ପୁଣି ଥରେ ଚିଟଫଣ୍ଡ ଜମାକାରୀମାନେ ଏକାଠି ହେଉଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ ଆଜି ଗଣମାଧ୍ୟମକୁ ଏକ ବିବୃତି ଜାରି କହିଛନ୍ତି, ଜାନୁଆରିମାସରେ ପୁଣି ଥରେ ଜମାକାରୀ ଏକାଠି ହୋଇ ଗଣ ସତ୍ୟାଗ୍ରହ କରିବେ। ରାଜ୍ୟ ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଅବସରରେ କର୍ମକର୍ତାଙ୍କୁ ନେଇ ଗୋଟିଏ ବୈଠକ ହୋଇଥିଲା।

ମଞ୍ଚ ପକ୍ଷରୁ କୁହାଯାଇଛି, ଓଡିଶା ସରକାର ୨୦୧୪ନମସିହାରୁ କର୍ପସ ପାଣ୍ଠି ଗଠନ କରି ସେଥିରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି ଦେଇଥିଲେ। ହେଲେ ଏପର୍ଯ୍ଯନ୍ତ ଫେରସ୍ତ ନାମ ଧରୁ ନାହାନ୍ତି। ଗତ ସାଧାରଣ ନିର୍ଵାଚନ ପୁର୍ଵରୁ ଵାଲେଶ୍ଵର ସମେତ କେତେକ ସ୍ଥାନର ୯/୧୦ହଜାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମୁଣ୍ଡପିଛା ୧୦ହଜାର ଟଙ୍କା ତଳକୁ ଜମାରାଶି ଫେରାଇ ଅନ୍ୟୂନ ୫୦ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଭାଵିତ କରାଇ ଭୋଟ ନେଇ ପୁଣି କ୍ଷମତାରେ ଵସିଲେ।ମାତ୍ର ଅନଧିକୃତ ଜମାରାଶି ସଂଗ୍ରହ ମହାଠକେଇ ଉପରେ ନିଯୁକ୍ତ ନ୍ଯାୟମୁର୍ତ୍ତି ମଦନ ମୋହନ ଦାସ ତଦନ୍ତ କମିସନ ୨୦୧୯ ଜୁନ ପ୍ରଥମ ସପ୍ତାହ ସୁଧା ୭ଦଫାରେ ଦାଖଲ କରିଥିଵା କ୍ଷତିଗ୍ରସ୍ତ ଜମାକାରୀ ତାଲିକାରୁ ମାତ୍ର ନିର୍ଵାଚନ ପୁର୍ଵ ପ୍ରଥମ ଓ ଦ୍ଵିତୀୟ ଦଫା ଜମାକାରୀ ତାଲିକା ନେଇ ତହସିଲ,ଥାନା ଓ ପ୍ରଶାସନିକ ପ୍ରତିନିଧିଙ୍କ ଦ୍ଵାରା ଯଞ୍ଚ କଲାଵେଳେ ଅନେକଙ୍କ ଠାରୁ ଇଣ୍ଡେମନିଟି ଵଣ୍ଡ ନେଇ ମଧ୍ଯ ଟଙ୍କା ଫେରାଇ ନାହାନ୍ତି।

ମଞ୍ଚ ଅଭିଯୋଗ କରିଛି ଯେ ରାଜ୍ଯ ଵିଜେଡି ସରକାର କେନ୍ଦ୍ର ଶାସକ ଵିଜେପି ସରକାରଙ୍କ ସହ ଆସାଧୁ ଵନ୍ଧୁତା ସୃଷ୍ଟି କରି କ୍ରାଇମଵ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା,ଓଡିଶା ପୋଲିସ, ସିଵିଆଇ ଏଵଂ ଇଡିଙ୍କ ତଦନ୍ତକୁ ମହା ନିଦ୍ରାରେ ଶୁଆଇ ଦେଇଛନ୍ତି।ଏପରିକି ଵାଲେଶ୍ଵର, କଟକ, ସମ୍ଵଲପୁର ଓ ଵ୍ରହ୍ମପୁରରେ ଥିଵା ଓଡିଶା ଜମାକାରୀ ସ୍ଵାର୍ଥ ସୁରକ୍ଷା ଆଇନ ଭିତ୍ତିରେ ଗଠିତ ଚାରିଟିଯାକ ସ୍ଵତନ୍ତ୍ର ଅଦାଲତରେ ଖାଲି ପଡିଥିଵା ଵିଚାରପତି ପଦଵିରେ ସରକାର ଵିଚାରପତି ନିଯୁକ୍ତି ଦେଉନାହାନ୍ତି। ମକଦ୍ଦମା ଗୁଡିକର ତଦନ୍ତ ଆଗକୁ ନେଉ ନାହାନ୍ତି କିମ୍ଵା ଟଙ୍କା ଫେରସ୍ତ କରିଵାର ନାଁ ଧରୁ ନାହାନ୍ତି।କମ୍ପାନିମାନଙ୍କ ସମ୍ପତ୍ତି ସମ୍ପର୍କରେ ଜଣାଇଲେ ମଧ୍ଯ ସମସ୍ତ ସମ୍ପତ୍ତି ଜଵତ କରୁନାହାନ୍ତି। ଯେତିକି ସମ୍ପତ୍ତି ଜଵତ କରିଥିଲେ,ସେଥିରୁ କେତେକ ସମ୍ପତ୍ତି ଇ ନିଲାମ ନାମରେ ଶାଗ-ମାଛ ଦାମରେ ଅଭାଵି ଵିକ୍ରି କରାଇ ଜମାକାରୀଙ୍କ ଟଙ୍କା ଚଳୁ କରୁଛନ୍ତି। ଵାହାରିଆ କମ୍ପାନୀ ଯେଉଁ ମାନଙ୍କର ଓଡିଶାରେ ସମ୍ପତ୍ତି ନାହିଁ ମାତ୍ର ଅନ୍ଯ ରାଜ୍ଯରେ ସମ୍ପତ୍ତି ଅଛି,ସେଥିପ୍ରତି କ୍ରାଇମ ଵ୍ରାଞ୍ଚ,ସିଵିଆଇ ଏଵଂ ଇଡି ତତପରତା ଦେଖାଉ ନାହାନ୍ତି। ଏହି ପୃଷ୍ଠଭୂମି ରେ ସରକାରଙ୍କ ଅସଲ ରୂପ ଜମାକାରୀଙ୍କ ମଧ୍ଯରେ ପହଞ୍ଚାଇଵା ପାଇଁ ଵ୍ଯାପକ ଆନ୍ଦୋଳନ କଲେ ହିଁ ସରକାରଙ୍କ ମହାନିଦ୍ରା ଭାଙ୍ଗିଵ ଓ ଟଙ୍କା ଫେରସ୍ତ ପାଇଁ ଵାଧ୍ଯ ହେଵେ।

ଏହି ପୃଷ୍ଠଭୂମିରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର କର୍ମକର୍ତ୍ତାମଣ୍ଡଳୀ ଵୈଠକ ମଞ୍ଚ ସଭାପତି ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଵୈଠକରେ ମଞ୍ଚ ସାଧାରଣ ସମ୍ପାଦକ ମଧୁସୁଦନ ଵିଶ୍ଵାଳ ଏହି ଘଟଣାରେ ଉଦଵେଗ ପ୍ରକାଶ କରିଵା ସହ ରାଜ୍ଯଵ୍ଯାପୀ ତହସିଲ ସ୍ତରରେ ଶକ୍ତିଶାଳୀ ଜମାକାରୀ ଗଣ ସତ୍ଯାଗ୍ରହ ପାଇଁ ଵିଵରଣୀ ଉପସ୍ଥାପନ କରିଥିଲେ।ମଞ୍ଚ କର୍ମକର୍ତ୍ତା ଵିଭୁ ଦତ୍ତ ମିଶ୍ର,ଅନୁରାଧା ସୁଵୁଦ୍ଧି, ପ୍ରଦୀପ ମହାରଣା,ଭଞ୍ଜ କିଶୋର ପ୍ରଧାନ,ଚଣ୍ଡାଳ ପ୍ରଧାନ,ଅମର କୁମାର ସାହୁ,ସୁଧାଂଶୁ ଵେହେରା, ଅଖିଳ ମୋହନ ଲେଙ୍କା ଏଵଂ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନା କରି ଡିସେମ୍ଵର ଶେଷ ପର୍ଯ୍ଯାୟ ମଧ୍ଯରେ ସମସ୍ତ ଜିଲ୍ଲା ଵୈଠକ ଡକାଇ ରାଜ୍ଯ କର୍ମ କର୍ତ୍ତାଙ୍କ ସହ ଯୋଗାଯୋଗ ସହ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହର ତାରିଖ ଧାର୍ଯ୍ଯ କରିଵାକୁ ସର୍ଵ ସମ୍ମତ ପ୍ରସ୍ତାଵ ଗୃହୀତ ହୋଇଅଛି।ଏହା ପୁର୍ଵରୁ ସମସ୍ତ ଜମାକାରୀଙ୍କୁ କର୍ପସ ପାଣ୍ଠିରୁ ଟଙ୍କା ଫେରସ୍ତ ପାଇଁ ଓଡିଶା ଉଚ୍ଚ ନ୍ଯାୟାଳୟ ଓ ଉଚ୍ଚତମ ନ୍ଯାୟାଳୟରେ ହୋଇଥିଵା ଆଵେଦନକୁ ମାନ୍ଯଵର ନ୍ଯାୟାଳୟ ଅଗ୍ରାହ୍ଯ କରିଵାରୁ କମ୍ପାନିଓ୍ଵାରି ଜମାକାରୀମାନେ କମ୍ପାନୀ ଲ’ ଟ୍ରିଵୁନାଲ ରେ ନିଜ ନିଜ ପ୍ରାପ୍ଯ ଆଵେଦନ କରିଵା ଜରୁରୀ ଥିଵାରୁ ଜମାକାରୀମାନେ ଏହି ଡିସେମ୍ଵର ଶେଷ ସପ୍ତାହ ମଧ୍ଯରେ ମଞ୍ଚ ସହ ଯୋଗାଯୋଗ କରି ମକଦ୍ଦମା ପ୍ରସ୍ତୁତ କରିଵାକୁ ସୂଚନା ଦିଆଯାଇଅଛି।

Leave A Reply

Your email address will not be published.