ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ବ ରକ୍ତ କର୍କଟ ଦିବସ ପାଳିତ

0

ଭୁବନେଶ୍ୱର: ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରତ୍ୟେକ ବର୍ଷ ମେ ୨୮ ତାରିଖକୁ ବିଶ୍ୱ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଗତ ଶନିବାର ଦିନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା “କ୍ଲୋଜ୍ ଦ କେୟାର ଗ୍ୟାପ୍‌” ।

ଏହି ଅବସରରେ ଏମ୍ସ ନୂଆଦିଲ୍ଲୀର ହେମାଟୋପାଥୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡାକ୍ତର ହରପ୍ରସାଦ ପତି ମୁ୍‌ଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ୩୦ ବର୍ଷ ମଧ୍ୟରେ ଭାରତରେ ହେମାଟୋଲୋଜି ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି । କ୍ୟାନ୍ସରରୁ ଯେ କେହି ସୁସ୍ଥ ହେବେ ନାହିଁ ଏ ଧାରଣା ଲୋକଙ୍କ ମନରୁ ଦୂର କରିବା ଉଚିତ୍‌, ଉପଯୁକ୍ତ ଚିକିତ୍ସା, ଔଷଧ, ରୋଗ ପ୍ରତିରୋଧକ ଶକ୍ତି ଓ ସକାରାତ୍ମକ ମନୋଭାବ ଥିଲେ ଏହି ରୋଗକୁ ପରାସ୍ତ କରିହେବ ବୋଲି ସେ କହିଥିଲେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଭାରତରେ ଜଟିଳ ବ୍ୟାଧି ମଧ୍ୟରୁ ରକ୍ତ କର୍କଟ ସମସ୍ୟା ୫ମ ସ୍ଥାନରେ ରହିଛି । କ୍ୟାନ୍ସରରୁ ସୁସ୍ଥ ହେବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି । ଏହି ବ୍ୟାଧି ମାରାତ୍ମକ କିନ୍ତୁ ଏହାର ନିଦାନ ସମ୍ଭବ ବୋଲି ସେ କହିଥିଲେ ।

ଏଥିରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ କର୍କଟ ରୋଗରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ସେମାନେ କର୍କଟକୁ ହରାଇଥିବାରୁ ଏହି ରୋଗରେ ପୀଡ଼ିତ ହୋଇଥିବା ଅନ୍ୟ ରୋଗୀମାନଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଅଟନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ରୋଗର ଚିକିତ୍ସା ନିମନ୍ତେ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ ୟୁନିଟ୍‌, ଆଇସିୟୁ, ଲ୍ୟାବ୍ହେ ମାଟୋଲୋଜି, ଟ୍ରାନ୍ସଫ୍ୟୁଜନ ମେଡିସିନ୍‌, ଇନ୍‌ଫେକ୍ସନ୍ କଂଟ୍ରୋଲ ୟୁନିଟ୍ ଓ ନର୍ସିଂ କର୍ମଚାରୀମାନଙ୍କର ମିଳିତ ସହଯୋଗର ଆବଶ୍ୟକତା ରହିଛି । ସମ୍ ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଏହା ସମ୍ଭବ ହୋଇପାରୁଛି ବୋଲି ସେ କହିଥିଲେ ।

ଏହି ଅବସରରେ ହେମାଟୋଲୋଜି ଓ ହେମାଟୋଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରିୟଙ୍କା ସାମଲ୍ ନିଜ ବିଭାଗର ଚିକିତ୍ସା ସମ୍ପର୍କରେ ତଥ୍ୟ ରଖିଥିଲେ । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗର ଶିକାର ହେଉଛନ୍ତି ବୋଲି ସେ କହିଥିଲେ । ୨୦୧୮ରୁ ସମ୍ ହସ୍ପିଟାଲ୍‌ରେ ବୋନମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ ଆରମ୍ଭ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୪୮ ଜଣ ରୋଗୀଙ୍କ କ୍ଷେତ୍ରରେ ଏହା ସମ୍ପନ୍ନ ହୋଇପାରିଛି । ସେହିପରି ଗତ ଫେବୃଆରୀ ମାସରେ ହସ୍ପିଟାଲ୍‌ରେ ଷ୍ଟେମ୍‌ସେଲ୍ ଟ୍ରାନ୍ସପ୍ଲାଂଟେସନ୍ କରାଯାଇଥିବା ସେ ସୂଚନା ଦେଇଥିଲେ ।

ଶେଷରେ ହେମାଟୋଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରୀତିଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଲ୍ୟାବ୍ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରାଜେଶ ଭୋଳ, ହେମାଟୋଲଜି ବିଭାଗର ସର୍ଜରୀ ଆଇସିୟୁ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ସନ୍ତୋଷ ସିଂ, ହେମାଟୋଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶିବାଙ୍ଗୀ ହରଂଖେଡା, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଓ ସମ୍ ହସ୍ପିଟାଲ୍‌ର ଡିଜିଏମ୍ ଶ୍ରୀମତି ପୁଷ୍ପାଞ୍ଜଳି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.