ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭାରତୀୟ ସେନାରେ ଯୋଗ ଦେବେ ସୋଆ ଛାତ୍ର

0

ଭୁବନେଶ୍ୱର, ଜୁନ୍ ୧୯: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଶ୍ରୀ ଅଙ୍କିତ ରାଜ ବିଶ୍ୱାଳ । ନିକଟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ ରାଜ ସର୍ଭିସେସ୍ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇ ଯୁବ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଶ୍ରୀ ବିଶ୍ୱାଳ ଗତ ଏପ୍ରିଲ ମାସରେ ଭୋପାଳ ଠାରେ ଏସ୍‌ଏସ୍‌ବି ଆସେସ୍‌ମେଂଟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ବେଳେ ସୋମବାର ତାଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବିଶ୍ୱାଳ ଆଇଟିଇଆର୍‌ର ଏନ୍‌ସିସି ୟୁନିଟରେ ସାମିଲ ଥିଲେ ଏବଂ ସିନିୟର ଅଣ୍ଡର ଅଫିସର ଭାବେ ଦାୟିତ୍ୱ ବହନ କରିଥିଲେ ।

Leave A Reply

Your email address will not be published.