ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0
  • ୨୩ ରୁ ଓଡ଼ିଶା ଉପକୂଳ ରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର
  • ପ୍ରବଳ ବର୍ଷା ସମ୍ଭାବନ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ବାୟୁ ଆସିବା ସହ ରାଜ୍ୟ ରେ ବର୍ଷା ଋତୁ ଆରମ୍ଭ ହେବ। ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ରାଜ୍ୟ ର ଅନ୍ୟ ଅଞ୍ଚଳ ରେ ମଧ୍ୟ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା।

ଆଜି ଠାରୁ ୨୩ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିନ୍ତୁ ୨୩ ରୁ ବର୍ଷା ର ପରିମାଣ ଓ ତୀବ୍ରତା ବଢିବ। ୨୩-୨୪ ରେ ଓଡ଼ିଶା ଉପକୂଳ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଯାହା ଫଳରେ ବର୍ଷା ଅଧିକ ହେବ।

ବିଶେଷ କରି ୨୩-୨୬ ତାରିଖ ମଧ୍ୟରେ ରାଜ୍ୟ ରେ ପ୍ରବଳ ବର୍ଷା ଓ କିଛି ଅଞ୍ଚଳ ରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୩-୨୫ରେ ଉପକୂଳ ଓ ତତ୍ ସଂଲଗ୍ନ ଜିଲ୍ଲା ରେ ପ୍ରବଳ ବର୍ଷା ଓ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି) ବର୍ଷା ସମ୍ଭାବନା ରହିଛି। ୨୪-୨୬ ରେ ଆଭ୍ୟନ୍ତର ଓଡ଼ିଶା ରେ ପ୍ରବଳ ଓ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି ) ବର୍ଷା ସମ୍ଭାବନା ରହିଛି। ଏହି ବର୍ଷା ରାଜ୍ୟ ର କୃଷି ପାଇଁ ଅତ୍ୟନ୍ତ ସହାୟକ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.