ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଉତ୍ତରାଖଣ୍ଡରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୯ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ମୁନସ୍ୟାରିର ହୋକରା ଅଞ୍ଚଳରେ ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଏକ ଜିପ ଖାଇରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଏଯାବତ ୯ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ୨ଜଣ ନିଖୋଜ ରହିଥିବା ସୂଚନା ମିଳିଛି। ମୃ୍ତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସୂଚନାନୁସାରେ, ଏହି ଜିପ୍‌ଟି ବାଗେଶ୍ବର ଅନ୍ତର୍ଗତ ସାମାରୁ ପିଥୋରାଗଡ଼ର ମୁନ୍‌ସିୟାରି ବ୍ଲକ୍‌ରେ ଥିବା ହୋକ୍‌ରା ମନ୍ଦିରକୁ ଯାଉଥିଲା। ଏଥିରେ ସମୁଦାୟ ୧୦ଜଣ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଖବର ପାଇଲା ପରେ ନାଚନି ଥାନା ପୁଲିସ ଟିମ୍‌, ତେଜମ୍‌ର ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାସ୍ଥଳଟି ନଗରାଞ୍ଚଳଠାରୁ ଖୁବ୍‌ ଦୂର। ଜିପ୍‌ଟି ସଡ଼କରୁ ୬୦୦ ମିଟର୍‌ ତଳେ ଥିବା ଖାଇରେ ପ୍ରବାହିତ ରାମଗଙ୍ଗା ନଦୀକୁ ଖସିପଡ଼ିଥିଲା।

ଖୋୟାମ୍‌ ଗ୍ରାମର ମୁଖ୍ୟ ହୀରା ସିଂହ ମେହେଟ୍ଟା କହିଛନ୍ତି, ଗତରାତି ସାରା ବର୍ଷା ହୋଇଥିଲା। ଫଳରେ ଡ୍ରେନ୍‌ ଉଛୁଳି ରାସ୍ତା ବୁଡ଼ିଯାଇଥିଲା। ଦୁର୍ଘଟଣା ଘଟିଥିବା ଉକ୍ତ ସ୍ଥାନରେ ଆଗରୁ ବି ଦୁର୍ଘଟଣା ଘଟିଛି। ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବିଧାୟକ ହରିଶ ଧାମୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ଦୁର୍ଘଟଣା ବିଷୟରେ ଆଲୋଚନା କରିଛନ୍ତି। ତୁରନ୍ତ ହୋକ୍‌ରାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରି ସେ ମୃତୁବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏହି ଭୟାବହ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.