ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ନିଖୋଜ ଛାତ୍ରର ମିଳିଲା ପତ୍ତା

0

ଭୁବନେଶ୍ବର: ଭୁବନେଶ୍ବରରୁ ନିଖୋଜ ଛାତ୍ରର ମିଳିଲା ପତ୍ତା। ନିଖୋଜ ୧୬ ବର୍ଷୀୟ ଛାତ୍ର ୟୋଗେଶ ବାଲାଜୀଙ୍କୁ ଡେଲାଙ୍ଗ ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ମୈତ୍ରୀବିହାର ପୋଲିସ । ୧୬ ବର୍ଷର ପିଲାର ମୁଣ୍ଡଜାମିନ ପାଇଁ ଦୁର୍ବୁତ୍ତ ମାଗୁଥିଲେ ୩ ଲକ୍ଷ ଟଙ୍କା ।

ଏ ନେଇ ଗତକାଲି ଥାନା ଆଗରେ ଧାରଣାରେ ବସିଥିଲେ ବାପା ମା’  । ହ୍ବାଟ୍ସଆପରେ ଆସୁଥିଲା ମାରିଦେବାକୁ ଧମକ । ପୁଅ ମିଳିବା ପରେ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଲା ପରିବାର । “ପୋଲିସ ପାଇଁ ମୋ ପୁଅ ଆଜି ମିଳିପାରିଛି” ବୋଲି ଯୋଗେଶଙ୍କ ବାପା କହିଛନ୍ତି । ତେବେ ଜେନାପୁର ଷ୍ଟେସନ ପାଖୁ କିଭଳି ଗଲା ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

ସୂଚନାଥାଉକି; ଗତ ଗୁରୁବାର କେଉଁଆଡେ ଚାଲିଯାଇଥିଲେ ଯୋଗେଶ ବାଲାଜି । ଏ ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ସହ ଧାରଣାରେ ବସିଥିଲେ ପରିବାର ଲୋକେ।

Leave A Reply

Your email address will not be published.