ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠର ବିକାଶ କାର୍ଯ୍ୟ ପାଇଁ ୨୮ କୋଟି ଟଙ୍କା ବ୍ୟୟ ବରାଦ

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ତଥା ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଲୋକନାଥ ଦେବଙ୍କ ପୀଠର ବିକାଶ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ପୂର୍ବରୁ ୫-ଟି ସଚିବ ପୁରୀ ଗସ୍ତରେ ଆସି ସମୀକ୍ଷା କରିବା ସହ ସେବାୟତ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆଜି ଓବିସିସି, ରେଭିନ୍ୟୁ ଟିମ୍, କଣ୍ଟ୍ରାକ୍ଟରଙ୍କ ଉପସ୍ଥିତିରେ ତହସିଲଦାରଙ୍କ ପକ୍ଷରୁ ଡିମାରକେସନ କରାଯାଇଛି । ମୁଖ୍ୟତଃ କେଉଁ ସ୍ଥାନରେ ଜଳ ନିଷ୍କାସନ ନେଇ ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ରହିବ, ପ୍ରବେଶ ପଥକୁ ଚଉଡ଼ା ସହ ସୌନ୍ଦର୍ଯ୍ୟକରଣ, ଜାଗର, ପଙ୍କୋଦ୍ଧାର ଏକାଦଶୀ, ଶ୍ରାବଣ ସୋମବାର ଭଳି ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯିବ, ଭକ୍ତ ଶ୍ରଦ୍ଧାଳୁଙ୍କ ଆନୁସଙ୍ଗିକ ମୌଳିକ ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେନେଇ ଜଏଣ୍ଟ ସର୍ଭେ କରାଯାଇଛି ।

ସେହିପରି ମନ୍ଦିର ଚାରିପଟେ ୬ ମିଟରର ପାଦଚଲା ରାସ୍ତା ନିର୍ମାଣ, ଦୁଇ ଚକିଆ, ଚାରିଚକିଆ ପାର୍କିଂ ପାଇଁ ବିସ୍ତୃତ ଜାଗାର ବ୍ୟବସ୍ଥା ସହ ପାର୍ବତୀ ସାଗରର ସୌନ୍ଦର୍ଯ୍ୟକରଣ ଓ ଜାଗର ପଡ଼ିଆର ବି ବିକାଶ କରାଯିବ । ଆଶ୍ରୟସ୍ଥଳୀ, ସେବା କେନ୍ଦ୍ର ନେଇ ପ୍ରସ୍ତାବିତ ପ୍ଲାନ ରହିଥିବା ବେଳେ ବାହାରୁ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ । ଏହାସହ ଭେଣ୍ଡିଂଜୋନ୍, ଶୌଚାଳୟ ଆଦିର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୪ ଏକର ପରିମିତ ଅଞ୍ଚଳରେ ଲୋକନାଥ ମନ୍ଦିରର ବିକାଶ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଜମି ଅଧିଗ୍ରହଣ ନେଇ କୌଣସି ସମସ୍ୟା ନଥିବା କହିଛି ପ୍ରଶାସନ ।

Leave A Reply

Your email address will not be published.