ପ୍ରମୁଖ ଖବର

ଜେଡ୍-ମୋଡ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ସ୍ଵାକ୍ଷରିତ ହେଲା ବୁଝାମଣା ପତ୍ର
କଟକରେ ମାଞ୍ଜା ସୂତା ଲାଗି କଟିଗଲା ବେକ
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆରମ୍ଭ ହେଲା ମହାକୁମ୍ଭ, ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ସନ୍ଥ,ଶ୍ରଦ୍ଧାଳୁ

ସହଯୋଗୀ ଏମିତି ଥିଲେ, ସଫଳତା ଆସିବ

0
  • ଡିସେମ୍ବର ୧୧ ତାରିଖ ପ୍ରଧାନମନ୍ତ୍ରୀଙ୍କ ପାଇଁ ମନେରଖିବାର ଦିନ
  • ସଂସଦର ଅନୁମୋଦନ ଲାଭ କଲା ନାଗରିକତା ସଂଶୋଧନ ବିଲ୍
  • ଗୁଜରାଟ ଦଙ୍ଗାରେ ନାନାବତୀ କମିସନ କ୍ଲିନ୍ ଚିଟ୍ ଦେଲେ ମୋଦୀଙ୍କୁ
  • ରାଜ୍ୟସଭାରେ ସଂଖ୍ୟା ନଥାଇ ବି ତିନି ତଲାକ୍, ଧାରା ୩୭୦ରେ ମୋହର
  • ସଂପର୍କ ସୁଧାରିବା କ୍ଷେତ୍ରକରେ ଧର୍ମେନ୍ଦ୍ରଙ୍କ ଭଳି ମନ୍ତ୍ରୀ ନେଉଛନ୍ତି ବଡ଼ ଭୂମିକା
  • ମୋଦୀଙ୍କ କ୍ୟାବିନେଟ ସହଯୋଗୀଙ୍କ ଭଳି ନବୀନଙ୍କୁ ସମର୍ଥନ ଦେଉନାହାନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ:ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନ ଥାଇ ବି ସରକାର ଗଠନର ତିନିମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଅନୁମୋଦନ କରାଇସାରିଲେଣି। ତିନି ତଲାକ୍ ବିଲ୍, ଧାରା ୩୭୦ ଉଚ୍ଛେଦ ପରେ ବୁଧବାର ରାତିରେ ନାଗରିିକତା ବିଲକୁ ସଂସଦରେ ଅନୁମୋଦନ ମିଳିଛି। ରାଜନୀତିରେ କିଭଳି ସହଯୋଗୀ ସୃଷ୍ଟି କରାଯାଏ, ତାହା ବିଜେପି ସାରା ଭାରତ ବର୍ଷର ରାଜନୈତିକ ନେତାମାନଙ୍କୁ ଦେଖାଇ ଦେଇଛି। ଶିବସେନା ଭଳି ରାଜନୈତିକ ଦଳ ସରକାରରୁ କେବଳ ବାହାରି ଯାଇଥିଲା ତା ନୁହେଁ, ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାର ବି ଗଠନ କଲା। କିନ୍ତୁ ସଂସଦରେ ନାଗରିକତା ସଂଶୋଧନ ବିଲକୁ ବର୍ଜନ କରି ଦଳ ପରୋକ୍ଷରେ ମହାରାଷ୍ଟ୍ର ସରକାରରେ ଥିବା ସହଯୋଗୀ ଦଳ ପ୍ରତି କି ଆଚରଣ କଲା, ତାହା ଏବେ ତର୍ଜମା ସାପେକ୍ଷ।

ତେବେ ସେ ଯାହା ହେଉ, ବୁଧବାର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଉଲ୍ଲେଖନୀୟ ଦିନ ଥିଲା। ଯଦିଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏହି ବିଲ ସଂସଦରେ ପାରିତ କରାଇଲେ ଓ ନିଜେ ହିଁ ସମସ୍ତ ରଣନୀତି ସଂରଚନା କରିଥିଲେ, କିନ୍ତୁ ସଫଳତା ପ୍ରଧାନମନ୍ତ୍ରୀଙ୍କୁ ହିଁ ଯିବ। କୌଣସି ସରକାର ଏତେ କମ ସମୟ ମଧ୍ୟରେ ତିନି ତିନିଟି ଐତିହାସିକ ନିଷ୍ପତ୍ତି ନେବା, ସେ ଭୁଲ ହେଉ କି ଠିକ୍ ତାହା ରାଜନୀତି ଇତିହାସରେ ସବୁଦିନ ମନେରଖିବା ଭଳି କଥା।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଯେଉଁ ଗୋଟିଏ କଳଙ୍କ ଥିଲା, ସେଥିରୁ ସେ ବୁଧବାର ମୁକ୍ତ ହୋଇଛନ୍ତି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ମୋଦୀଙ୍କୁ ନାନାବତୀ କମିସନ କ୍ଲିନ୍ ଚିଟ୍ ଦେଇଛନ୍ତି। ୧୭ ବର୍ଷ ପରେ ଏହି ମାମଲାରେ କମିସନ ଚୂଡାନ୍ତ ରିପୋର୍ଟ ଦେଇଛନ୍ତି। ୧୦୦୦ରୁ ଅଧିକ ଲୋକଙ୍କର ଜୀବନ ଏହି ଦଙ୍ଗାରେ ଯାଇଥିଲା। କିନ୍ତୁ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଗୁଜରାଟ ଦଙ୍ଗା ପ୍ରାୟୋଜିତ ନଥିଲା। ୧୫୦୦ରୁ ଅଧିକ ପୃଷ୍ଠାର କମିସନଙ୍କ ରିପୋର୍ଟକୁ ଗୁଜରାଟ ଗୃହମନ୍ତ୍ରୀ ବୁଧବାର ବିଧାନସଭାରେ ଉପସ୍ଥାପିତ କରିଥିଲେ। ୨୦୦୨ ଫେବୃଆରି ୨୭ରେ ସାବରମତୀ ଏକ୍ସପ୍ରେସର ଦୁଇଟି କୋଚରେ ନିଆଁ ଲାଗିଥିଲା। ଆଉ ୫୯ଜଣ କରସେବକ ପ୍ରାଣ ହରାଇଥିଲେ। ସେ ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜଣିକିଆ କମିସନ ଗଠନ କରିଥିଲେ ,ପରେ ଏହାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜି ଟି ନାନାବତୀଙ୍କ ଅଧ୍ୟକ୍ଷତାରେ ସାନି କମିସନ ଗଠନ ହୋଇଥିଲା। କମିସନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ କାହା ପ୍ରରୋଚନାରେ ଉତ୍ସାହିତ ହୋଇ ଦଙ୍ଗାକାରୀମାନେ ଦଙ୍ଗାକାରୀମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରମାଣ ନାହିଁ।

ଆର୍ଥିକ ମାନ୍ଦାବସ୍ଥା ଜନିତ ସାଂଘାତିକ ପ୍ରଭାବ, କାଶ୍ମୀରରେ ନିୟନ୍ତ୍ରଣାଧୀନ ସତ୍ତ୍ବେ ଉପୁଜିଥିବା ପରିସ୍ଥିତି, ପିଆଜର ଉତ୍କଟ ଅଭାବ ଓ ନାଗରରିକତା ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳରେ କର୍ଫ୍ୟୁ ସତ୍ତ୍ବେ ମୋଦୀ ସରକାର ପାଇଁ ବୁଧବାରର ଉଭୟ ଘଟଣା ରାଜନୀତି ଦୃଷ୍ଚି କୋଣରୁ ଅତ୍ୟନ୍ତ ମହତ୍ତ୍ବ ରଖେ।

ସର୍ବୋପରି ଗୋଟିଏ କଥା ଏହି ପ୍ରସଙ୍ଗକୁ ଆହୁରି ପ୍ରଭାବୀ କରିତୋଳିଛି, ତାହା ହେଲା ମୋଦୀ ସରକାରର ସଂଖ୍ୟାଧିକ କ୍ୟାବିନେଟ ସହଯୋଗୀ ଏଭଳି କ୍ରିୟାଶୀଳ ଅଛନ୍ତି, ଯାହା ସେମାନଙ୍କ ନିଷ୍ପତ୍ତିକୁ ସଫଳତା ଆଡକୁ ଟାଣିନେଉଛି। ଓଡ଼ିଶାର ଉଦାହରଣ ଏ କ୍ଷେତ୍ରରେ ଜାତୀୟ ରାଜନୀତି ଦୃଷ୍ଟିକୋଣରୁ ଅନେକ ମହତ୍ତ୍ବ ରଖେ। ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ କ୍ୟାବିନେଟରେ ଅତ୍ୟନ୍ତ କ୍ଷମତାଶାଳୀ ମନ୍ତ୍ରୀ। ରାଜ୍ୟ ରାଜନୀତିରେ ତାଙ୍କରି ପରୋକ୍ଷରେ ନେତୃତ୍ବରେ ହିଁ ବିଜେପି ଏଠାରେ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ହେଲେ ଦଳର ଜାତୀୟ ସ୍ବାର୍ଥ ପାଇଁ ପ୍ରତିପକ୍ଷ ବିଜେଡି ସହିତ ବୁଝାମଣାର ରାଜନୀତି କରି ଧର୍ମେନ୍ଦ୍ର ମୋଦୀଙ୍କ ହାତକୁ ଟାଣ କରୁଛନ୍ତି। ସଂସଦରେ ବିଜେଡି ସମର୍ଥନ ପୂର୍ବରୁ ନିଜେ ଧର୍ମେନ୍ଦ୍ର ବିଜେଡି ସାଂସଦଙ୍କ ସହିତ ଯେଭଳି ଯୋଗସୂତ୍ର ରଖିଲେ, ତାହା ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ପାଇଁ ଅନେକ ଗୁରୁତ୍ବ ରଖେ। ହେଲେ ଓଡ଼ିଶା ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦପ୍ତରର ସମସ୍ତ ପ୍ରତିବଦ୍ଧତା ସତ୍ତ୍ବେ କ୍ୟାବିନେଟ୍ ସହଯୋଗୀଙ୍କ ଏଭଳି ଯୋଗଦାନ ଅତୀତରେ ଦେଖାଯାଇନାହିଁ କି ଏବେ ବି ନୁହେଁ। ସମ୍ଭବତଃ ଏହି କାରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଅନୁପାଳନ ପ୍ରକ୍ରିୟାରେ ସରକାର ପ୍ରଶଂସା ଗୋଟାଇବା ପରିବର୍ତେ ଅପବାଦ ମୁଣ୍ଡାଉଛି।

Leave A Reply

Your email address will not be published.