ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଫେବ୍ରିକ୍ ଷ୍ଟଲରେ ଝଲସିବ ବେଳାଭୂମି

0
  • ୪ମାସରେ ସରିବ ସ୍ବର୍ଗଦ୍ବାର ନବକଳେବର କାର୍ଯ୍ୟ
  • ବେଳାଭୂମିରେ ୨୦୦୦ ଉଠାଦୋକାନୀ ଥଇଥାନ ହେବେ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସ୍ବର୍ଗଦ୍ବାର ନବୀକରଣ ପାଇଁ ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟରେ ପୁରୀ ବେଳାଭୂମିକୁ ବିଶ୍ବରେ ଅନନ୍ୟ ଭାବେ ଗଢିତୋଳିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲଣି। ପୁରୀ ସମୁଦ୍ର ବେଳାଭୂମିରେ ଥିବା ସବୁ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଟେନସିଲ୍ ଫେବ୍ରିକରେ ଦୋକାନ ଘର ନିର୍ମାଣ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗ ଅନୁଦାନ ଦେଇଛି ଓ ଇଡକୋ ଏହି ନିର୍ମାଣ କାମ ଆରମ୍ଭ କରିଛି। ପୁରୀ ଦିଗବାରେଣୀ ଖୁଣ୍ଟି ନିକଟରୁ ସ୍ବର୍ଗଦ୍ବାର ମଧ୍ୟରେ ଏଭଳି ଫେବ୍ରିକ୍ ଦୋକାନ ଘର ନିର୍ମାଣ କରାଯାଇ ୨୦୦୦ ଦୋକାନୀଙ୍କୁ ଥଇଥାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

୪ ଫୁଟ ଲମ୍ବା ଓ ୪ ଫୁଟର ଓସାରର ଏହି ଫେବ୍ରିକ୍ ଷ୍ଟଲ ଆକର୍ଷଣୀୟ ଦେଖାଯାଉଛି। ଆଲୋକମାଳାରେ ଏହାକୁ ସୁସଜ୍ଜିତ କରାଯିବା ପରେ ଏହା ଅଧିକ ସୁନ୍ଦର ଲାଗିବ ବାେଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ଏହା ବ୍ୟତୀତ ବେଳାଭୂମିରେ ଆଉ କୌଣସି ଉଠା ଦୋକାନୀଙ୍କୁ ଅନୁମତିି ଦିଆଯିବ ନାହିଁ।

ସେପଟେ ୪ମାସ ମଧ୍ୟରେ ପୁରୀ ସ୍ବର୍ଗଦ୍ବାର ନବକଳେବର କାର୍ଯ୍ୟ ଶେଷ ହେବ। ଦୁଇଦିନ ହେଲା ଭଙ୍ଗା ଚାଲିଛି। ବାହାର ଅଧିଗ୍ରହଣ ପୂର୍ବରୁ ଏବେ ଯେତିକି ଅଞ୍ଚଳରେ ସ୍ବର୍ଗଦ୍ବାର ରହିଛି, ସେତିକି ଅଞ୍ଚଳକୁ ନେଇ ବିକାଶ ହେବ। ଫିନିକ୍ସ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ଏହାର ବିକାଶ କରାଯାଉଛି। ଶବ ଦାହ ପାଇଁ ୧୪ଟି ପିଣ୍ଡି ନିର୍ମାଣ ହେବ। ସେଥରୁ ପ୍ରଥମ ପର୍ଯ୍ୟାୟରେ ୭ଟି ଓ ପରବର୍ତୀ ସମୟରେ ଆଉ ୭ଟି ପିଣ୍ଡି ନିର୍ମାଣ ହେବ। ଏଠାରେ ଶୌଚାଳୟ, ପଥଶ୍ରାଦ୍ଧ ଗୃହ ଆଦି ରହିବ।

Leave A Reply

Your email address will not be published.