ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ

0

ଭୁବନେଶ୍ବର: ଏଣିକି ସିବିଏସଇ ସ୍କୁଲରେ ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସିବିଏସଇ ସର୍କୁଲାର ଜାରି କରିଛି । ଆଜି ଯାଏଁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା । ଏବେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝିପାରିବେ । ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ । ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣେଇବେ । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ହେବ। ସ୍କୁଲ ଗୁଡିକ ଧିରେ ଧିରେ ଏହି ବ୍ୟବସ୍ଥାକୁ ଆପଣାଇବେ । ୧୨ଟି ଆଞ୍ଚଳିକ ଭାଷାରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ଗତକାଲି ସିବିଏସଇ ବିଜ୍ଞପ୍ତି ଜାରି କରିଛି ।

Leave A Reply

Your email address will not be published.