ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ

0

ନୂଆଦିଲ୍ଲୀ: ଦିଲ୍ଲୀର ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ହୋଇଛି ଓଡ଼ିଶା ଜର୍ଣ୍ଣାଲିଜମ ଆଓ୍ବାର୍ଡ ବା ଓଡିଶା ସାମ୍ବାଦିକତା ପୁରସ୍କାର ୨୦୨୩। ଇଣ୍ଡିଆ ଇଣ୍ଟରନ୍ୟାସନାଲ  ସେଣ୍ଟର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଗତ ପାଞ୍ଚ ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଉଅଛି।

ତେବେ ଚଳିତ ବର୍ଷ ସମ୍ବାଦର ଭବାନୀ ଶଙ୍କର ତ୍ରପିାଠୀ, ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଯୋଶୀ ଏବଂ ପ୍ରମେୟର  ସୁଦୀପ କୁମାର ରାଉତ, କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜୀତ ପଟ୍ଟନାୟକ, ଅର୍ଗସ ନ୍ୟୁଜର କାଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶୀଷ , ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଛନ୍ତି।ଚଳତି ବର୍ଷ  ଏକ ନୂଆ ପୁରସ୍କାର “ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର” ବରିଷ୍ଠ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପ୍ରତିବର୍ଷ ମହିଳା ସାମ୍ବାଦିକଙ୍କୁ ତାଙ୍କର ସର୍ବୋତ୍ତମ ଉପଲବ୍ଧି ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠା ପକ୍ଷରୁ କୁହାଯାଇଛି।

ଏହି କାଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯବୁ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏବଂ ପତଞ୍ଜଳି ଆୟୁର୍ବେଦର  ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକୃଷ୍ଣ ବିଶିଷ୍ଟ ଅତିଥି ଭାବରେ ସାମିଲ ଥିଲେ। ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

Leave A Reply

Your email address will not be published.