ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବିରୋଧୀ ଘାଣ୍ଟିଲେଣି, ବିଜେଡି ଚୁପ୍

0

ଭୁବନେଶ୍ବର: ଦଳୀୟ ଫୋରମରେ ମୁହଁ ଖୋଲିଲେ ବଜ୍ର ଭଳି କଥା ବାହାରୁଛି। ସଭାସମିତିରେ ଭାଷଣ ଦେବା ବେଳେ ଅନର୍ଗଳ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଗଣମାଧ୍ୟମରେ କି ବିରୋଧୀ ଶକ୍ତିକୁ ମୁକାବିଲା କରିବାରେ ପଛୁଆ କାହିଁକି? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିରେ ଦଳୀୟ ନେତା ଖୁସି ନୁହଁନ୍ତି କି?

ନାଗରିକତା ବିଲ୍ ସଂଶୋଧନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଘଟଣାରେ ଉଭୟ ଜାଚୀୟ ଓ ରାଜ୍ୟସ୍ତରୀୟ ବିରୋଧୀ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ଘାତ ସମାଲୋଚନା କରୁଥିବା ବେଳେ ବିଜେଡି ନେତାମାନଙ୍କ ନରମ ପ୍ରତିଜବାବ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଏମିତି ପ୍ରଶ୍ନମାଳାରେ ଛନ୍ଦି ଦେଉଛି। ଆଜି ଦିନତମାମ ଜଣେ ପରେ ଜଣେ ନେତା ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି ଚାଲିଛନ୍ତି। ହେଲେ ଜଣେ କେହି ଜାତୀୟସ୍ତରରେ କିମ୍ବା ରାଜ୍ୟସ୍ତରରେ ଏ ନେଇ ଜବାବ ରଖିବାକୁ ପ୍ରସ୍ତୁତ ନୁହଁନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସଂପତ୍ତି। ସେ ଦଳର ମୁଖିଆ ଓ ମୁଖ୍ୟମନ୍ତ୍ରୀ ବି। ତାଙ୍କ ଲୋକପ୍ରିୟତାକୁ ଆୟୁଧ କରି ବହୁ ବିଜେଡି ନେତା ନିର୍ବାଚନ ପାର ହେଉଛନ୍ତି। ହେଲେ ତାଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଦଳୀୟ ନେତାଙ୍କ ପଛଘୁଞ୍ଚା ଭିନ୍ନ ସଙ୍କେତ ଦେଉଛି। ସମ୍ଭବତଃ ଦଳୀୟ ଶିବିରରୁ ଉପଯୁକ୍ତ ନିର୍ଦେଶ ଆସିପାରୁନାହିଁ କିମ୍ବା ଦାୟିତ୍ବ ନେବା ଲାଗି ବିଜେଡି ନେତାମାନେ ପ୍ରସ୍ତୁତ ନୁହଁନ୍ତି, ସାଧାରଣରେ ଏମିତି ଏକ ବାର୍ତା ଗଲେଣି।

ବିଜେଡିର ସମର୍ଥନ ପ୍ରସଙ୍ଗ ନେଇ ଆଜି କଂଗ୍ରେସ ସାଂସଦ ବି କେ ହରିପ୍ରସାଦ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେଡିକୁ ବ୍ଲାକମେଲିଂ କରିଥିବେ। ଚିଟ୍ ଫଣ୍ଡ ମାମଲାରେ ଛନ୍ଦି ଦେବେ ବୋଲି ଡରାଇଥିବେ। ଉଭୟ ବିଜେଡି-ବିଜେପି ମିଶି ଜିନ୍ନାଙ୍କ ସ୍ବପ୍ନ ସାକାର କଲେ। ସେହିପରି ଆରଜେଡି ନେତା ମନୋଜ ଝା କହିଛନ୍ତି, ବିଜେଡି ବିଜୁ ବାବୁଙ୍କ ନାମରେ ଗଠନ ହୋଇଛି। ବିଜୁ ବାବୁ ଥିଲେ ଏମିତି କେବେ ବି ହୋଇନଥାନ୍ତା। ଆଜି ଯେମିିତି ସମ୍ବିଧାନରେ କାଳିମା ଲାଗିଲା, ବିଜୁ ବାବୁ ଏହା କରାଇ ଦେଇନଥାନ୍ତେ।

ଉଲ୍ଲେଖଯୋଗ୍ୟ, ତିନିଟି ପରାମର୍ଶ ସହିତ ବିଜେଡି ଏହି ବିଲକୁ ସମର୍ଥନ ଦେବ ବୋଲି ଘୋଷଣା କରିଥିଲା। ସେ ସଂପର୍କରେ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ ଏହି ପ୍ରସଙ୍ଗରେ ବିତର୍କ ଜୋର ଧରିବା ପରେ ଦଳ ପକ୍ଷରୁ କଡ଼ା ଜବାବ ଦିଆଯାଇନାହିଁ।

Leave A Reply

Your email address will not be published.