ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଏବେ ନୁହେଁ, କାହିଁକି ଜାଣନ୍ତୁ

0

ନୂୁଆଦିଲ୍ଲୀ: ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଏବେ ନିକଟରେ ଦିଆଯିବାର ସମ୍ଭାବନା କ୍ଷୀଣ। ନିକଟରେ, ଏପରିକି ଯେ କୌଣସି ମୁହୂର୍ତରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଛି, ସେଥିରେ ସତ୍ୟତା କମ୍ ରହିଥିବା ଜଣାପଡୁଛି। କାରଣ ଆମ ବ୍ୟବସ୍ଥାରେ ଏମିତି କିଛି କଥା ରହିଛି, ଯାହା ଅନୁପାଳନ ବାଞ୍ଛନୀୟ।

ତେବେ ଜହ୍ଲାଦ ନଥିବା ବିଳମ୍ବର କାରଣ ଆଦୌ ନୁହେଁ। କର୍ତୃପକ୍ଷ ଚାହିଁଲେ, ଅନ୍ୟ କାରାଗାରରୁ ଜହ୍ଳାଦ ଆଣିପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଛନ୍ତି, ତାହା ଉପରେ ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ଅକ୍ଷୟ ସିଂଙ୍କ ଆବେଦନ ଉପରେ କୋର୍ଟ ସେଦିନ ଶୁଣିବେ। ଯଦି କୋର୍ଟ ଶ୍ରୀ ସିଂଙ୍କ ରିଭ୍ୟୁ ପିଟିସନକୁ ଖାରଜ କରନ୍ତି, ତେବେ ବି ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ ପ୍ରକ୍ରିୟା ପାଇଁ ବାଟ ରହିବ।

ଆହୁରି କୌତୂହଳ କଥା ହେଲା, ଅକ୍ଷୟ ସିଂଙ୍କ ରିିଭ୍ୟୁ ପିଟିସନ ଫାଇଲ ପରେ ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ଆହୁରି ଏକ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ଆବେଦନ କରିଥିଲେ, ତାହା ତାଙ୍କ ଦସ୍ତଖତ ନୁହେଁ। ସେ ମୃତ୍ୟୁଦଣ୍ଡ ପ୍ରତ୍ୟାହାର ପାଇଁ ମାମଲାର ପୁନର୍ବିଚାର ଆବେଦନ କରିବାକୁ ଚାହୁଁଛନ୍ତି।

ରାଷ୍ଟ୍ରପତି ରାଜକ୍ଷମାକୁ ଅଗ୍ରାହ୍ୟ କଲେ ବି ତତ୍କାଳ ଫାଶୀ ଦେବା ବ୍ୟବସ୍ଥା ନାହିଁ। ଅଭିଯୁକ୍ତକୁ ମାନସିକସ୍ତରରେ ଏ ନେଇ ପ୍ରସ୍ତୁତ ହେବା ଲାଗି ଆଉ ୧୪ ଦିନ ସମୟ ଦରକାର, ଯାହା କାରଗାର କର୍ତୃପକ୍ଷ ଦେବାକୁ ବାଧ୍ୟ। ଏଣୁ ଏହି ପ୍ରକ୍ରିୟାରୁ ଏକଥା ଜଳ ଜଳ ହୋଇ ଦିଶୁଛି ଯେ ୨୦୧୯ ବର୍ଷରେ ନିର୍ଭୟା ଫାଶୀ ପାଇବା ସମ୍ଭାବନା ଆପାତତଃ ନାହିଁ।

ମିଳୁଥିବା ଖବର ଅନୁସାରେ, ତିହାର ଜେଲ କର୍ତୃପକ୍ଷ ଚାରିଜଣ ଅଭିଯୁକ୍ତଙ୍କୁ ଏକକାଳୀନ ଫାଶୀ ଦେବା ଲାଗି ବିଚାର କରୁଛନ୍ତି। ଏଥିପାଇଁ ବର୍ତମାନ ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ସାମାନ୍ୟ ପରିବର୍ତନ କରିବାକୁ ଯୋଜନା ଚାଲିଛି ଓ ଫାଶୀ ଦେବା ବ୍ୟବସ୍ଥା ବି ଟିକିଏ ବଦଳିବ।

Leave A Reply

Your email address will not be published.