ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

0

ନ୍ୟୁଜ ବ୍ୟୁରୋ: ଆଜି ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା । ଏହି ତାଲିକାରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି । ପୁଷ୍ପା ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ କଳାକାର ହୋଇଥିବାବେଳେ ଗଙ୍ଗୁବାଇ କାଠିଆଓ୍ବାଡ଼ା ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀଭାବେ ଘୋଷିତ ହୋଇଛନ୍ତି । ସଦ୍ଦାର ଉତ୍ତମ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଥିବାବେଳେ ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମଭାବେ ବିବେଚିତ ହୋଇଛି ।

ସୂଚନାଯୋଗ୍ୟ, ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ସାଉଥ ଷ୍ଟାର ଆଲୁ ଅର୍ଜୁନଙ୍କୁ ପୁଷ୍ପା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ସେହିପରି ଦୁଇ ଜଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ଗକଙ୍ଗୁବାଈ କାଠିୱାଡ଼ା ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କୃତୀ ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଦିଆଯିବ। ସେହିପରି ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିବ। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଏହି ଫିଲ୍ମ ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା। ଏପରି କି ବଲିଡଉ ଅଭିନେତା ଅନୁପମ ଖେର ଏହାର ରି-ମେକ ହିନ୍ଦୀ ଭାଷାରେ କରିବେ ବୋଲି କହିଥିଲେ। ଏବେ ଏହି ଫିଲ୍ମକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯିବ।

ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ସର୍ଦ୍ଦାର ଉଦ୍ଧମ ଶ୍ରେଷ୍ଠ ସିନେମା ପୁରସ୍କାର ଜିତିଛି। ଆରଆରଆର ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇବ। ଜାତୀୟ ସଂହତି ପାଇଁ ଦି କଶ୍ମୀର ଫାଇଲ୍ସକୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଶ୍ରେୟା ଘୋଷଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେୟ ଗାୟକ ସମ୍ମାନ ମିଳିବ। ମିମି ପାଇଁ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ କଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ।

Leave A Reply

Your email address will not be published.