ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସୋଆ କ୍ୟାମ୍ପସ୍‌ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍‌” ଆୟୋଜିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଓ କ୍ୟାମ୍ପସ ୫ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରି ଲାଇଫ୍‌” ଆୟୋଜିତ ହୋଇଯାଇଛି । ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ (ଏଆଇସିଟିଇ)ର ନିର୍ଦ୍ଦେଶ କ୍ରମେ ଓ “ଆଜାଦୀ କା ଅମୃତ ମହୋତ୍ସବ” ପରିପ୍ରେକ୍ଷୀରେ ତଥା “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଦୁଇଟି କ୍ୟାମ୍ପସ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ୱାନ୍ ଷ୍ଟୁଡେଂଟ, ୱାନ୍ ଟ୍ରି’ ଆୟୋଜିତ ହୋଇଥିଲା ।

ସୋଆ ଗ୍ରୀନ୍ କ୍ଲବ୍ ଓ ସିଟି ଫରେଷ୍ଟ ଡିଭିଜନ୍‌ର ମିଳିତ ସହଯୋଗରେ କ୍ୟାମ୍ପସ ୫ର ଷ୍ଟାଡିୟମ୍ ଓ କ୍ୟାମ୍ପସ ୪ରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିୁଚ୍ୟଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ମୁଖ୍ୟ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ , ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ.ଆଜାଦ, ସିନିୟର ପ୍ରଫେସର ପ୍ରବୀର କୁମାର ପ…ନାୟକ, ପ୍ରଫେସର ମଧୁସୁଦନ ଦାସ, ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.