ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଅକ୍ଟୋବର ରେ ସକ୍ରିୟ ରହିବ ବଙ୍ଗୋପସାଗର

0

ଭୁବନେଶ୍ବର: ଇସିଏମଡବ୍ଲୁଏଫ ମଡେଲ ଅନୁଯାୟୀ ୨୯/୩୦ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଦକ୍ଷିଣ ପ୍ରଶାନ୍ତ ମହାସାଗର ରୁ ଉତ୍ତର ଅଣ୍ଡାମାନ ଅଞ୍ଚଳରେ ପ୍ରବେଶ କରିବା ସହ ପ୍ରଥମେ ଉତ୍ତର-ପଶ୍ଚିମ ଏବଂ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଅଞ୍ଚଳକୁ ୩ ଅକ୍ଟୋବରରେ ସ୍ଥଳ ଭାଗ ଅତିକ୍ରମ କରିପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏକ ଅବପାତ କିମ୍ବା ତୀବ୍ର ଅବପାତ ରୂପରେ ଓଡିଶା ଉପକୂଳକୁ ୧ ଅକ୍ଟୋବର ରେ ଅତିକ୍ରମ କରିପାରେ।

ଜିଏଫଏସ ମଡେଲ ୨୯ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଉତ୍ତର ଅଣ୍ଡାମାନରେ ସୃଷ୍ଟି ହେବା ସହ ଏକ ଲଘୁଚାପ ରୂପରେ ମିଆଁମାର ମୁହାଁ ହୋଇପାରେ। ଆଇଏମଡି ଜିଏଫଏସ ମଡେଲ ଅନୁଯାୟୀ ଘୁର୍ଣ୍ଣିବଳୟ କ୍ଷେତ୍ର ଏକ ଲଘୁଚାପ କିମ୍ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପେ ଉତ୍ତର ଓଡିଶା ଅତିକ୍ରମ କରିପାରେ। ଜିଇଏଫଏସ ଓ ଜିଇପିଏସ ମଧ୍ୟ ଏକ ଲଘୁଚାପ କିମ୍ବା ଅବପାତ ଉତ୍ତର ଓଡିଶା ଅତିକ୍ରମ କରିବା ନେଇ ସଂକେତ ଦେଉଛନ୍ତି।

ଅନ୍ୟ ମଡେଲ ଯେପରିକି GEM (Global Environmental Multiscale Model) ଉତ୍ତର ଆମେରିକୀୟ ଏବଂ ICON (Icosahedral Nonhydrostatic Model) ଜର୍ମାନ ସଂସ୍ଥା ମଧ୍ୟ ସମାନୁରୂପେ ଏକ ୨୯/୩୦ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଦକ୍ଷିଣ ପ୍ରଶାନ୍ତ ମହାସାଗର ରୁ ଉତ୍ତର ଅଣ୍ଡାମାନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସଙ୍କେତ ଦେଉଛନ୍ତି।

ବିବରଣୀ: ବର୍ତ୍ତମାନ ର ବାୟୁମଣ୍ଡଳୀୟ ସ୍ଥିତି ଏହି ସମ୍ଭାବ୍ୟ ଲଘୁଚାପକୁ ଅଧିକ ଘନୀଭୂତ କରିବା ପାଇଁ ଅନୁକୂଳ ରହିଛି। ବିଶେଷ ଭାବେ ୨୯ ସେପ୍ଟେମ୍ବର ରୁ ୧୫ ଅକ୍ଟୋବର ବଙ୍ଗୋପସାଗର ରେ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଯଥେଷ୍ଟ ଅଧିକ ସମ୍ଭାବନା ରହୁଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.