ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଅକ୍ଟୋବର ରେ ସକ୍ରିୟ ରହିବ ବଙ୍ଗୋପସାଗର

0

ଭୁବନେଶ୍ବର: ଇସିଏମଡବ୍ଲୁଏଫ ମଡେଲ ଅନୁଯାୟୀ ୨୯/୩୦ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଦକ୍ଷିଣ ପ୍ରଶାନ୍ତ ମହାସାଗର ରୁ ଉତ୍ତର ଅଣ୍ଡାମାନ ଅଞ୍ଚଳରେ ପ୍ରବେଶ କରିବା ସହ ପ୍ରଥମେ ଉତ୍ତର-ପଶ୍ଚିମ ଏବଂ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଅଞ୍ଚଳକୁ ୩ ଅକ୍ଟୋବରରେ ସ୍ଥଳ ଭାଗ ଅତିକ୍ରମ କରିପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏକ ଅବପାତ କିମ୍ବା ତୀବ୍ର ଅବପାତ ରୂପରେ ଓଡିଶା ଉପକୂଳକୁ ୧ ଅକ୍ଟୋବର ରେ ଅତିକ୍ରମ କରିପାରେ।

ଜିଏଫଏସ ମଡେଲ ୨୯ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଉତ୍ତର ଅଣ୍ଡାମାନରେ ସୃଷ୍ଟି ହେବା ସହ ଏକ ଲଘୁଚାପ ରୂପରେ ମିଆଁମାର ମୁହାଁ ହୋଇପାରେ। ଆଇଏମଡି ଜିଏଫଏସ ମଡେଲ ଅନୁଯାୟୀ ଘୁର୍ଣ୍ଣିବଳୟ କ୍ଷେତ୍ର ଏକ ଲଘୁଚାପ କିମ୍ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପେ ଉତ୍ତର ଓଡିଶା ଅତିକ୍ରମ କରିପାରେ। ଜିଇଏଫଏସ ଓ ଜିଇପିଏସ ମଧ୍ୟ ଏକ ଲଘୁଚାପ କିମ୍ବା ଅବପାତ ଉତ୍ତର ଓଡିଶା ଅତିକ୍ରମ କରିବା ନେଇ ସଂକେତ ଦେଉଛନ୍ତି।

ଅନ୍ୟ ମଡେଲ ଯେପରିକି GEM (Global Environmental Multiscale Model) ଉତ୍ତର ଆମେରିକୀୟ ଏବଂ ICON (Icosahedral Nonhydrostatic Model) ଜର୍ମାନ ସଂସ୍ଥା ମଧ୍ୟ ସମାନୁରୂପେ ଏକ ୨୯/୩୦ ସେପ୍ଟେମ୍ବର ରେ ଏକ ଘୁର୍ଣ୍ଣିବଳୟ ଦକ୍ଷିଣ ପ୍ରଶାନ୍ତ ମହାସାଗର ରୁ ଉତ୍ତର ଅଣ୍ଡାମାନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସଙ୍କେତ ଦେଉଛନ୍ତି।

ବିବରଣୀ: ବର୍ତ୍ତମାନ ର ବାୟୁମଣ୍ଡଳୀୟ ସ୍ଥିତି ଏହି ସମ୍ଭାବ୍ୟ ଲଘୁଚାପକୁ ଅଧିକ ଘନୀଭୂତ କରିବା ପାଇଁ ଅନୁକୂଳ ରହିଛି। ବିଶେଷ ଭାବେ ୨୯ ସେପ୍ଟେମ୍ବର ରୁ ୧୫ ଅକ୍ଟୋବର ବଙ୍ଗୋପସାଗର ରେ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଯଥେଷ୍ଟ ଅଧିକ ସମ୍ଭାବନା ରହୁଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.