ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

0

କେନ୍ଦୁଝର: କେନ୍ଦୁଝରରେ ଥିବା ଏକ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଲେ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସୂଚନାନୁସାର; ଗତକାଲି ରାତିରେ ୪ ଜଣ ବନ୍ଧୁକଧାରୀ ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରେ ହୋଇଛି ବଡଧରଣର ଡକାୟତି । ପେଟ୍ରୋଲ୍ ପମ୍ପର ଆଇରନ୍ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ପର୍ଯ୍ୟନ୍ତ ସବୁ ଲୁଟିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଥିବାବେଳେ, ଆଜି ସଦର ଏସଡ଼ିପିଓ ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ୍ ଘଟଣାସ୍ଥଳରୁ ୨ଟି ଫୁଟା ଓ ୩ଟି ଅଫୁଟା ଗୁଳି ଜବତ କରିଥିବା ବେଳେ ପମ୍ପ ନିକଟସ୍ଥ ପଡିଆରୁ ଲକରକୁ ମଧ୍ୟ ଉଦ୍ଧାର କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୪ ଜଣ ଲୁଟେରା ଲୁଟ କରିଥିବାବେଳେ ଏବେ ତଦନ୍ତ ଜାରି ରହିଛି। 

Leave A Reply

Your email address will not be published.