ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

0

ଭୁବନେଶ୍ବର: ଅକ୍ଟୋବର ୨୦ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ଯାତ୍ରୀବାହୀ ବସ୍ ସେବା ବନ୍ଦ ରହିବ। ସକାଳ ୬ଟାରୁ ଘରୋଇ ବସ୍ ଧର୍ମଘଟ ହେବ। ତେବେ ରାଜ୍ୟ ସରକାର ବସ୍ ମାଲିକ ସଂଘକୁ କୌଣସି ପ୍ରକାର ଲିଖିତ ପ୍ରତିଶ୍ରୁତି ଦେଇନଥିବାରୁ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ, ସଂଘର କହିବା କଥା, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କରିନାହାନ୍ତି। ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି। ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି। ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି। ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ କହିଛି। ଫଳରେ ଶୁକ୍ରବାର ସକାଳ ୬ଟାରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ସଂଘ ଘୋଷଣା କରିଛି ।

Leave A Reply

Your email address will not be published.