ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଏଗ୍‌ଜିମା ଚିକିତ୍ସାର ନୂତନ ଦିଗ ବର୍ତମାନ ଉପଲବ୍ଧ: ବିଶେଷଜ୍ଞ

0

ଭୁବନେଶ୍ୱର, ୪/୧୧: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍‌ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି । କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତମାନ ଉପଲବ୍ଧ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଶନିବାର ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସନ୍ଦିପନ୍‌ ଧର କହିଛନ୍ତି ।

ଏଗ୍‌ଜିମା ନୂତନ ଔଷଧର ପ୍ରୟୋଗ ଓ ନୂତନ ପ୍ରକ୍ରିୟାରେ ଭଲ ହୋଇପାରିବ । କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ରହିଛି । ତେବ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋସାଇଟି ଫର୍‌ ଏଗ୍‌ଜିମା ଷ୍ଟଡିଜ (ଏସ୍‌ଇଏସ୍‌)ର ସଭାପତି ଡାକ୍ତର ଧର କହିଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ‘ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଧର ।

ଏଗ୍‌ଜିମାର ଚିକିତ୍ସା ନିମନ୍ତେ ନୂତନ ଗବେଷଣା ଜାରି ରହିଥିବା ବେଳେ ଏ ଦିଗରେ ଚର୍ମରୋଗ ବିଶେଷଜ୍ଞ ତଥା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି କାରଣରୁ ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି । ଚର୍ମରୋଗ ବିଶେଷଜ୍ଞମାନେ ବିଶ୍ୱରେ ଉପଲବ୍ଧ ଥିବା ନୂତନ ଚିକିତ୍ସା ପ୍ରକ୍ରିୟା ଓ ଔଷଧର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷିତ ହେବାର ଆବଶ୍ୟକତା ରହିଛି ଯେଉଁଥି ପାଇଁ ଏସ୍‌ଇଏସ୍ ଗଠନ କରାଯାଇଛି ବୋଲି ଡାକ୍ତର ଧର କହିଛନ୍ତି ।

ଏହି ଅବସରରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରସେନ୍‌ଜୀତ ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଏସ୍‌ଇଏସ୍ ପକ୍ଷରୁ ନୂତନ ପରୀକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବିକାଶ ରଞ୍ଜନ କର ଓ ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.