ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଲଟେରି ପାଇଁ ରାଜ୍ୟ ଭିତରେ କଳି

0
  • ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ପାଇଁ ନିଷ୍ପତ୍ତି
  • ବିରୋଧ କଲେ ୮ ରାଜ୍ୟ, ସପକ୍ଷରେ ୨୧ ରାଜ୍ୟ ଦେଲେ ଭୋଟ

ନୂଆଦିଲ୍ଲୀ: ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ ପ୍ରଥମ ଥର ପାଇଁ ଜିଏସଟି ପରିଷଦ ବୈଠକରେ ଭୋଟିଂ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ସାମଗ୍ରୀ ଓ ସେବା କ୍ଷେତ୍ରରେ ଜିଏସଟି ଲାଗୁ ନେଇ ମଧ୍ୟ ପୂର୍ବରୁ କେବେ ଏଭଳି ବିବାଦର ସୂ୍ତ୍ରପାତ ହୋଇନଥିଲା।

ନିଷ୍ପତ୍ତି ଅନୁସାରେ, ଆସନ୍ତା ମାର୍ଚ୍ଚ ପହିଲାରୁ ଉଭୟ ଘରୋଇ ଓ ସରକାରୀ ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ। ଲଟେରିରେ ଜିଏସଟି ବୃଦ୍ଧିକୁ ୨୧ଟି ରାଜ୍ୟ ସମର୍ଥନ କରିଥିବା ବେଳେ ୮ଟି ରାଜ୍ୟ ବିରୋଧ କରିଥିଲେ। ବର୍ତମାନ ରାଜ୍ୟସ୍ତରରେ ଲଟେରି ଉପରେ ୧୨ ପ୍ରତିଶତ ଓ ରାଜ୍ୟ ବାହାରେ ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ ହେଉଛି।

ଉଲ୍ଲେଖଯୋଗ୍ୟ, ଲଟେରି ଶିଳ୍ପ ଜିଏସଟି ବ୍ୟବସ୍ଥାର ନିଷ୍ପତ୍ତିକୁ ବିରୋଧ କରି ଆସୁଥିଲା। ଦ୍ବୈତ ବ୍ୟବସ୍ଥା ପରିବର୍ତେ ଲଟେରି ଉପରେ ୧୨ ପ୍ରତିଶତ ଟିକସ ଓ ପ୍ରାଇଜ ମନି ଉପରେ ଟିକସ ଛାଡ ନେଇ ସେମାନେ ଦାବି କରୁଛନ୍ତି।

Leave A Reply

Your email address will not be published.