ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୩ ରାଜ୍ୟରେ ବିଜେପି ଆଗୁଆ,ତେଲେଙ୍ଗାନାରେ କଂଗ୍ରେସ

0

ଭୁବନେଶ୍ବର: ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ହାସଲ କରିଛି । ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ।

ତେବେ ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ କ୍ଷମତାକୁ ଛଡାଇ ଆଣିଛି କଂଗ୍ରେସ । ୨୦୨୪ ପୂର୍ବରୁ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଥିବାବେଳେ, ସମସ୍ତଙ୍କ ଚମକାଇ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ହାତରୁ ଛଡାଇ ନେଇଛି । ତିନି ରାଜ୍ୟରେ ବିଜୟ ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.