ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

କାହା ସପକ୍ଷରେ ଯିବ ବାରବାଟୀ

0

ଭୁବନେଶ୍ବର: ଆଉ କିଛି ମୁହୂର୍ତ ପରେ ବାରବାଟୀରେ ଭାରତ ଓ ଵେଷ୍ଟଇଣ୍ଡିଜ୍ ମୁକାବିଲା। ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବରାବର ସ୍ଥିତିରେ ଅଛନ୍ତି। ଏଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅତି ହାଇଭୋଲଟେଜ୍ ମ୍ୟାଚରେ ବାରବାଟୀ ପିଚ୍ କାହା ସପକ୍ଷରେ ଯିବ, ତାହା ଉପରେ ସମଦ୍ର ବିଶ୍ବ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। ଓଡ଼ିଶାରେ ଖେଳା ଯାଉଥିବା କାରଣରୁ ସମଗ୍ର ରାଜ୍ୟ ଶୀତ ଓ କୁହୁଡି ଭିତରେ କ୍ରିକେଟ୍ ଜ୍ବରରେ ଆକ୍ରାନ୍ତ।

ଭାରତ ଗତ ମ୍ୟାଚରେ ଏକ ବିଶାଳ ସ୍କୋର କରିବା ସହିତ ବଡ଼ ବିଜୟ ହାସଲ କରିଥିବା ପରିପ୍ରେକ୍ଷୀରେ ସେମାନଙ୍କର ମନୋବଳ ବେଶ୍ ଉଚ୍ଚା ରହିଛି ଓ ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଵେଷ୍ଟଇଣ୍ଡିଜ୍ ଦଳ ଟିକିଏ ଅଧିକ ଚାପରେ ଅଛନ୍ତି। ଏମିତିରେ ବି ଭାରତ ନିଜ ମାଟିରେ ଖେଳୁଛି ଓ ଦର୍ଶକଙ୍କ ଠାରୁ ଏକତରଫା ବା ଭରପୂର ସମର୍ଥନ ବା ଉତ୍ସାହ ପାଇବ।

ଉଭୟ ଦଳ ଏବେ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟାଡିୟମ୍ ଅଭିମୁଖେ ବାହାରିଛନ୍ତି। ହୋଟେଲ ମେ ଫେୟାର ବାହାରେ ହଜାର ହଜାର ସମର୍ଥକ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। ଅପରାହ୍ନ ସାଢେ ଗୋଟାଏରେ ଏହି ମ୍ୟାଚ ଖେଳାଯିବ। ତେବେ ଖେଳାଳିଙ୍କ ପାଇଁ କାକର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଗତକାଲି ଉଭୟ ଦଳ ବାରବାଟୀ ଯାଇ ସେଠାରେ ଅଭ୍ୟାସ କରିଥିଲେ ଓ ପିଚ୍ ପରୀକ୍ଷା କରିଥିଲେ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଠାରୁ ଭାରତୀୟ କ୍ରିକେଟ୍ ପ୍ରେମୀ ଏକ ବଡ ସ୍କୋର ଅପେକ୍ଷା କରିଛନ୍ତି। ଯଦିଓ ବିରାଟ ଗତ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାନ୍ତି,ତଥାପି ଓଡ଼ିଶାରେ ସେ ନିଜର ସ୍ଥିତିକୁ ଫେରିଆସିବେ ବୋଲି ସମସ୍ତେ ଆଶା ରଖୁଛନ୍ତି। ସେହିଭଳି ଏବର୍ଷର ବିଶ୍ବ କ୍ରିକେଟରେ ଟପ୍ ସ୍କୋରର ରୋହିତ ଶର୍ମାଙ୍କ ଠାରୁ ମଧ୍ୟ ଏକ ଶତକ ଅପେକ୍ଷା ରଖୁଛନ୍ତି କ୍ରିକେଟ୍ ପ୍ରେମୀ। ତେବେ ଯିଏ ପ୍ରଥମେ ବ୍ୟାଟିଂ କରିବେ ସେ ଦଳ ଏକ ବଡ଼ ସ୍କୋର କରିବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

Leave A Reply

Your email address will not be published.