ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

0

ଭୁବନେଶ୍ବର: ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଛି ।

ତେବେ ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ। ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ ଦାମ । ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ । ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ । ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ସାମିଲ କରିଛନ୍ତି ବିଜେଡି ସୁପ୍ରିମୋ ।

Leave A Reply

Your email address will not be published.